ନୂଆଦିଲ୍ଲୀ (ଆମ ଟିଭି): ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ଏଥିପାଇଁ ଆଜି ବାଜିବ ବିଗୁଲ । ମଧ୍ୟପ୍ରଦେଶ, ରାଜସ୍ଥାନ, ଛତିଶଗଡ, ତେଲେଙ୍ଗାନା ଓ ମିଜୋରାମରେ ବିଧାନସଭା ନିର୍ବାଚନ ପାଇଁ ଆଜି ତାରିଖ ଆସିପାରେ । ଏହାକୁ ନେଇ ଦିନ ୧୨ଟାରେ ପ୍ରେସମିଟ କରିବେ ନିର୍ବାଚନ କମିସନ । ଏଥିରେ ନିର୍ବାଚନ ତାରିଖ ଘୋଷଣା କରିପାରନ୍ତି ।
ଜାତୀୟ ଗଣମାଧ୍ୟମର ଖବର ଅନୁସାରେ ନଭେମ୍ବର ଦ୍ୱିତୀୟ ସପ୍ତାହରୁ ଡିସେମ୍ବର ପ୍ରଥମ ସପ୍ତାହ ଭିତରେ ଭିନ୍ନ ଭିନ୍ନ ତାରିଖ ଓ ପର୍ୟ୍ୟାୟରେ ୫ଟି ରାଜ୍ୟରେ ଭୋଟ ଗ୍ରହଣ ହୋଇପାରେ । ଗତ ଥର ଭଳି ଏଥର ମଧ୍ୟ ରାଜସ୍ଥାନ, ମଧ୍ୟପ୍ରଦେଶ, ମିଜୋରାମ ଓ ତେଲେଙ୍ଗାନାରେ ଗୋଟିଏ ପର୍ୟ୍ୟାୟରେ ମତଦାନ ହେବା ସମ୍ଭାବନା ରହିଛି । ଛତିଶଗଡରେ ଦୁଇଟି ପର୍ୟ୍ୟାୟରେ ମତଦାନ ହୋଇପାରେ । ତେବେ ମତଦାନ ତାରିଖ ଅଲଗା ଅଲଗା କରାଗଲେ ମଧ୍ୟ ଭୋଟ ଗଣତି ଗୋଟିଏ ଦିନରେ ହେବା ସମ୍ଭାବନା ରହିଛି ।