ମେଜରଙ୍କ ବାନ୍ଧବୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ

0

ଭରତପୁର ଥାନାରେ ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ ଘଟଣାରେ ମେଜରଙ୍କ ବାନ୍ଧବୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ଭୁବନେଶ୍ବର ଏମ୍ସ ଯାଇ ପ୍ରଭାତୀ ପରିଡ଼ା ତାଙ୍କୁ ଭେଟିଛନ୍ତି। ଭୁବନେଶ୍ବର ଡିସିପିଙ୍କ ସହ ମଧ୍ୟ ଆଲୋଚନା କରିଛନ୍ତି ଉପମୁଖ୍ୟମନ୍ତ୍ରୀ। ମାତ୍ର ଗଣମାଧ୍ୟମକୁ ଏ ନେଇ କୌଣସି ପ୍ରତିକ୍ରିୟା ଦେଇନାହାନ୍ତି ଡିସିପି।

ଶିଖ୍ ରେଜିମେଣ୍ଟର ଭାରତୀୟ ସେନା ଅଧିକାରୀ ମେଜର ଗୁରୁବଂଶଙ୍କ ସିଂ ଏବଂ ତାଙ୍କ ବାନ୍ଧବୀଙ୍କୁ ଭରତପୁର ଥାନାରେ ଅପବ୍ୟବହାର ସହିତ ମାଡ଼ ମାରିବା ଘଟଣାରେ ଓଡ଼ିଶା ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ୱାୟୀ.ବି ଖୁରାନିଆଙ୍କୁ ଚିଠି ଲେଖି ରିପୋର୍ଟ ମାଗିଛନ୍ତି ଜାତୀୟ ମହିଳା କମିଶନ (ଏନସିଡବ୍ଲ୍ୟୁ)।

ମେଜର ସିଂ ଏବଂ ବାନ୍ଧବୀଙ୍କ ଓଡିଶା ପୋଲିସ୍ ହେପାଜତରେ ନିର୍ଯାତନା ଦିଆଯାଇଥିବା ଅଭିଯୋଗକୁ ନେଇ ଆୟୋଗ ୩ ଦିନ ମଧ୍ୟରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ରିପୋର୍ଟ ଦେବାକୁ କହିଛନ୍ତି ଏବଂ ଦାୟିତ୍ୱରେ ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ କହିଛନ୍ତି।

Leave A Reply

Your email address will not be published.