ଖୋଲିଲା ହୀରାକୁଦ ଗେଟ୍ ; ବର୍ଷର ପ୍ରଥମ ବନ୍ୟାଜଳ ନିଷ୍କାସିତ, ୭ ନଂ ସ୍ଲୁଇସ୍ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ

0

ଭୁବନେଶ୍ବର (ଆମ ଟିଭି): ଖୋଲିଲା ହୀରାକୁଦ ଡ୍ୟାମ୍ । ଆଜି ବର୍ଷର ପ୍ରଥମ ବନ୍ୟା ଜଳ ନିଷ୍କାସିତ ହୋଇଛି । ୭ ନମ୍ବର ସ୍ଲୁଇସ୍ ଗେଟ୍ ଦେଇ ବନ୍ୟା ଜଳ ନିଷ୍କାସିତ ହେଉଛି । ତେବେ ଆଜି ପର୍ଯ୍ୟାୟ କ୍ରମେ ୨୦ ଟି ଗେଟ୍ ଖୋଲାଯିବା ନେଇ ସୂଚନା ଦେଇଛନ୍ତି ଡ୍ୟାମ୍ କର୍ତ୍ତୃପକ୍ଷ ।

ମଧ୍ୟାହ୍ନ ୧୨ଟା ଭିତରେ ୭ଟି , ୧୨ଟାରୁ ୪ଟା ଭିତରେ ଅନ୍ୟ ୭ଟି ଖୋଲାଯିବ । ଏହାପରେ ୪ଟା ପରେ ଅନ୍ୟ ୬ଟି ଗେଟ୍ ଖୋଲାଯିବ ବୋଲି ସୂଚନା ରହିଛି । ଆଜି ୨୦ଟି ଗେଟ୍ ଖୋଲୁଥିବାରୁ ବନ୍ୟା ପରିସ୍ଥିତି ସୃଷ୍ଟି ହେବାର ଯଥେଷ୍ଟ ସମ୍ଭାବନା ଥିବାରୁ ନଦୀ କୂଳଆ ଅଞ୍ଚଳର ଲୋକଙ୍କୁ ସୁରକ୍ଷିତ ଓ ଉଚ୍ଚ ସ୍ଥାନାନ୍ତର ହେବାକୁ ଡ୍ୟାମ କର୍ତ୍ତୃପକ୍ଷଙ୍କ ପକ୍ଷରୁ ସତର୍କ କରାଯାଇଛି ।

Leave A Reply

Your email address will not be published.