ଡିସେମ୍ବର ପହିଲାରୁ ଭାରତରେ ଲଞ୍ଚ ହେବ ଡିଜିଟାଲ ମୁଦ୍ରା

0

ନୂଆଦିଲ୍ଲୀ(ଆମ ଟିଭି): ଡିଜିଟାଲ ମୁଦ୍ରାକୁ ନେଇ ଆସିଲା ବଡ଼ ଖବର । ଭାରତୀୟ ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏକ ବଡ ଘୋଷଣା କରାଯାଇଛି । ଏଥିରେ କୁହାଯାଇଛି କି ଡିସେମ୍ବର ପହିଲାରୁ ଖୁଚୁରା ବଜାରରେ ଡିଜିଟାଲ ମୁଦ୍ରା ଲଂଚ କରାଯିବ । ଏହି କ୍ରମରେ ଡିଜିଟାଲ ମୁଦ୍ରାର ନିର୍ମାଣ, ବଣ୍ଟନ ଓ ଖୁଚୁରା କାରବାରରେ ପରୀକ୍ଷା କରାଯିବ । ଏହା ପୂର୍ବରୁ ନଭେମ୍ବର ମାସରେ କେନ୍ଦ୍ରୀୟ ବ୍ୟାଙ୍କ ହୋଲସେଲ କାରବାର ପାଇଁ ଡିଜିଟାଲ ମୁଦ୍ରା ଲଂଚ କରିସାରିଛି । ରିଜର୍ଭ ବ୍ୟାଙ୍କ ପକ୍ଷରୁ ଏହି ଡିଜିଟାଲ ମୁଦ୍ରାକୁ ସେଣ୍ଟ୍ରାଲ ବ୍ୟାଙ୍କ ଡିଜିଟାଲ କରେନ୍ସି ବୋଲି ନାମ ଦେଇଛି । ଡିସେମ୍ବର ପହିଲାରୁ ଏହାର ପ୍ରଚଳନ ଦେଶର କିଛି ନିର୍ବାଚିତ ସ୍ଥାନରେ କରାଯିବ । ଏଥିରେ ଗ୍ରାହକଙ୍କ ଠାରୁ ନେଇ ବ୍ୟବସାୟୀ ପର୍ୟ୍ୟନ୍ତ ସମସ୍ତଙ୍କୁ ସାମିଲ କରାଯିବ ।

ଏହି ଡିଜିଟାଲ ମୁଦ୍ରା ଡିଜିଟାଲ ଟୋକନ ଭଳି କାମ କରିବ । ଭାରତୀୟ ରିଜର୍ଭବ୍ୟାଙ୍କ ଦ୍ୱାରା ଜାରି କରାଯିବାକୁ ଥିବା ଏହି ଡିଜିଟାଲ ମୁଦ୍ରା ଏବେ ପ୍ରଚଳିତ ଟଙ୍କାର ସ୍ୱରୂପ ହେବ । ଏହି ମୁଦ୍ରା ନୋଟ୍ ଭଳି ସମ୍ପୂର୍ଣ୍ଣ ବୈଦ୍ଧ ଓ ମାନ୍ୟତାପ୍ରାପ୍ତ ହେବ । ଏହାକୁ ଆପଣ ଦେଣନେଣରେ ବ୍ୟବହାର କରିପାରିବେ । ଏହି ଡିଜିଟାଲ ମୁଦ୍ରାର ବଣ୍ଟନ ବ୍ୟାଙ୍କ ମାଧ୍ୟମରେ କରାଯିବ । ଏହାକୁ ଡିଜିଟାଲ ୱାଲେଟ ମାଧ୍ୟମରେ ବ୍ୟକ୍ତିରୁ ବ୍ୟକ୍ତି ବା ବ୍ୟକ୍ତିରୁ ବ୍ୟବସାୟୀଙ୍କ ମଧ୍ୟରେ କାରବାର କରାଯାଇପାରିବ ।

 

Leave A Reply

Your email address will not be published.