ଫିଲ୍ମ ଆଦିପୁରୁଷ ବହୁ ବିବାଦ ପରେ ନିର୍ଦ୍ଦେଶକ ନେଇଛନ୍ତି ଏମିତି ନିଷ୍ପତ୍ତି

0

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଅପ୍‌କମିଂ ଫିଲ୍ମ ଆଦିପୁରୁଷକୁ ନେଇ ତୁଟୁନି ବିବାଦ। ଏହା ଉଗ୍ର ରୂପ ନେବାପରେ ଏବେ ଫିଲ୍ମର ରିଲିଜ ଡେଟକୁ ୬ ମାସ ପାଇଁ ପଛକୁ ଘୁଞ୍ଚାଇ ଦେଇଛନ୍ତି ନିର୍ଦ୍ଦେଶକ ଓମ୍ ରାଉତ। ନିର୍ଦ୍ଦେଶକ ଓମ୍ ରାଉତ କହିଛନ୍ତି ଯେ ଟେକ୍‌ନିକାଲ୍ ଟିମ୍‌ଙ୍କର ଫିଲ୍ମଟିରେ କିଛି କାମ ବାକି ରହିଛି, ଯାହା ପୂରା ହେବା ପରେ ଯାଇ ଫିଲ୍ମଟି ମୁକ୍ତିଲାଭ କରିବ। ସୂଚନା ମୁତାବକ, ଏହି ଫିଲ୍ମ ଆଗାମୀ ବର୍ଷ ଜୁନ୍ ୧୬ ତାରିଖରେ ରିଲିଜ୍ ହେବ।ହାଇଦ୍ରାବାଦ: ସାଉଥ ସୁପରଷ୍ଟାର ପ୍ରଭାସଙ୍କ ଅପ୍‌କମିଂ ଫିଲ୍ମ ଆଦିପୁରୁଷକୁ ନେଇ ତୁଟୁନି ବିବାଦ। ଏହା ଉଗ୍ର ରୂପ ନେବାପରେ ଏବେ ଫିଲ୍ମର ରିଲିଜ ଡେଟକୁ ୬ ମାସ ପାଇଁ ପଛକୁ ଘୁଞ୍ଚାଇ ଦେଇଛନ୍ତି ନିର୍ଦ୍ଦେଶକ ଓମ୍ ରାଉତ।

ନିର୍ଦ୍ଦେଶକ ଓମ୍ ରାଉତ କହିଛନ୍ତି ଯେ ଟେକ୍‌ନିକାଲ୍ ଟିମ୍‌ଙ୍କର ଫିଲ୍ମଟିରେ କିଛି କାମ ବାକି ରହିଛି, ଯାହା ପୂରା ହେବା ପରେ ଯାଇ ଫିଲ୍ମଟି ମୁକ୍ତିଲାଭ କରିବ। ସୂଚନା ମୁତାବକ, ଏହି ଫିଲ୍ମ ଆଗାମୀ ବର୍ଷ ଜୁନ୍ ୧୬ ତାରିଖରେ ରିଲିଜ୍ ହେବ ।ନିକଟରେ ‘ଆଦିପୁରୁଷ’ର ଟିଜର୍ ରିଲିଜ୍ ହୋଇଥିଲା। ଟିଜର୍ ଦେଖି ଲୋକେ ତାହାର ଆନିମେସନ୍ ଓ ଭିଜୁଆଲ୍ ଇଫେକ୍ଟକୁ ନେଇ ଖୁବ୍ ଟ୍ରୋଲ୍ କରିଥିଲେ। ଏହି କାରଣରୁ ନିର୍ମାତା ଫିଲ୍ମଟି ଉପରେ ଆଉ କିଛି ଦିନ କାମ କରିବା ପାଇଁ ରିଲିଜ୍ ତାରିଖକୁ ଘୁଞ୍ଚାଇ ଦେଇଛନ୍ତି। ଫିଲ୍ମଟି ପୂର୍ବରୁ ୨୦୨୩ ଜାନୁଆରି ୧୨ରେ ରିଲିଜ ହେବାକୁ ନେଇ ତାରିଖ ଧାର୍ଯ୍ୟ କରାଯାଇଥିଲା। କିନ୍ତୁ ଏବେ ୬ ମାସ ପାଇଁ ହୋଲ୍ଡ କରିଦିଆଯାଇଛି।

 

Leave A Reply

Your email address will not be published.