ଆଜି ରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ ଘୋଷଣା କରିବେ ଇସିଆଇ

0

ନୂଆଦିଲ୍ଲୀ(ଆମ ଟିଭି): ଆଜି ଅପରାହ୍ନରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ବାଜିବ ବିଗୁଲ । ଅପରାହ୍ନ ୩ଟାରେ ତାରିଖ ଘୋଷଣା କରିବେ ନିର୍ବାଚନ କମିଶନ। ଜୁଲାଇ ୨୪ ତାରିଖ ପୂର୍ବରୁ ଦେଶର ନୂଆ ରାଷ୍ଟ୍ରପତିଙ୍କ ନିର୍ବାଚନ ହେବ। କାରଣ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ ଜୁଲାଇ ୨୦୨୨ରେ ସମାପ୍ତ ହେଉଛି। ୨୦୨୨ ରାଷ୍ଟ୍ରପତି ନିର୍ବାଚନରେ ମୋଟ ଭୋଟ ମୂଲ୍ୟ ପାଖାପାଖି ୧୦.୯ ଲକ୍ଷ ରହିବ। ଏଥିରେ ରାଜ୍ୟ ସଭାର ୨୩୪ ଓ ଲୋକସଭାର ୫୩୯ ସାଂସଦଙ୍କ ମଧ୍ୟରୁ ପ୍ରତ୍ୟେକ ସାଂସଦଙ୍କ ଭୋଟ ମୂଲ୍ୟ ଯଦି ୭୦୮ ହିସାବରେ ଗଣନା କରାଯାଏ ତ ମୋଟ ଭୋଟ ସଂଖ୍ୟା ୫,୪୭,୨୮୪ ହେବ। ଏହି ହିସାବରେ ଦେଖିବାକୁ ଗଲେ ଏନଡିଏ ହାତରେ ମୋଟ ୪୮.୯ ପ୍ରତିଶତ ନିର୍ବାଚନକ ମଣ୍ଡଳର ଯୋଗାଡ ହୋଇପାରୁଥିବା ବେଳେ ବିରୋଧୀଙ୍କ ୫୧.୧ ପ୍ରତିଶତ ନିର୍ବାଚକ ମଣ୍ଡଳ ରହୁଥିବାର ହିସାବ କହୁଛି। ଏହି ହିସାବରେ ଦେଖିଲେ ଏନଡିଏର ପଲା ୨.୨ପ୍ରତିଶତ ଅଙ୍କରେ ହାଲୁକା ରହୁଛି।

୨୦୧୭ ମସିହା ରାଷ୍ଟ୍ରପତି ନିର୍ବାଚନରେ ଯେତେବେଳେ ରାମନାଥ କୋବିନ୍ଦ ରାଷ୍ଟ୍ରପତି ନିର୍ବାଚିତ ହୋଇଥିଲେ ସେତେବେଳେ ଦେଶର ୨୧ ରାଜ୍ୟରେ ଏନଡିଏର ସରକାର ଥିଲା। ଏଣୁ ରାମନାଥ କୋବିନ୍ଦ ୬୫.୬୫ ପ୍ରତିଶତ ଭୋଟ ପାଇ ରାଷ୍ଟ୍ରପତି ଭବନ ପହଞ୍ଚିଥିବା ବେଳେ ତାଙ୍କ ସହ ପ୍ରତିଦ୍ୱନ୍ଦ୍ୱୀତା କରିଥିବା ମୀରା କୁମାରଙ୍କୁ ୩୪.୩୫ ପ୍ରତିଶତ ଭୋଟ ମିଳିପାରିଥିଲା।

କହିରଖୁ କି, ରାଷ୍ଟ୍ରପତିଙ୍କ ନିର୍ବାଚନ ପରୋକ୍ଷା ଭୋଟଦାନରେ ହୋଇଥାଏ। ଯେଉଁଥିରେ ନିର୍ବାଚକ ମଣ୍ଡଳ ହିଁ ଆଗାମୀ ରାଷ୍ଟ୍ରପତିଙ୍କୁ ନିର୍ବାଚିତ କରିଥାନ୍ତି। ରାଷ୍ଟ୍ରପତି ନିର୍ବାଚନରେ ନିର୍ବାଚକ ମଣ୍ଡଳୀ ସଂସଦର ଉଭୟ ସଦନ ସାଂସଦ ଓ ରାଜ୍ୟ ବିଧାନସଭା ବିଧାୟକଙ୍କ ଭୋଟରେ ହୋଇଥାଏ। ଏଥିରେ ବିଧାୟକଙ୍କ ଭୋଟ ଠାରୁ ସାଂସଦଙ୍କ ଭୋଟର ମୂଲ୍ୟ ଅଧିକ ମନେ କରାଯାଏ। ସେହି ଅନୁସାରେ ବିଧାୟକଙ୍କ ପ୍ରତି ଭୋଟର ମୂଲ୍ୟ କେତେ ସେହି ରାଜ୍ୟର ଜନସଂଖ୍ୟା( ୧୯୭୧ଜନଗଣନା) ଆଧାରରେ ନିର୍ଦ୍ଧାରଣ ହୋଇଥାଏ

Leave A Reply

Your email address will not be published.