ଆରମ୍ଭ ହେଲା ଇକୋ ରିଟ୍ରିଟ୍

0

ଭୁବନେଶ୍ୱର (ଆମ ଟିଭି): ଚଳିତ ବର୍ଷର ଇକୋ-ରିଟ୍ରିଟ୍‌ ବୁଧବାର ଠାରୁ ଆରମ୍ଭ ହେବାକୁ ଯାଉଛି। ପ୍ରଥମ ପର୍ୟ୍ୟାୟରେ ହୀରାକୁଦ,ଦାରିଙ୍ଗବାଡ଼ି,କୋରାପୁଟ ଓ ସାତକୋଶିଆ ଆଦି ୪ଟି ସ୍ଥାନରେ ହେବାକୁ ଥିବା କାର୍ୟ୍ୟକ୍ରମକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକାସାଙ୍ଗରେ ଭର୍ଚୁଆଲ ମାଧ୍ୟମରେ ଉଦ୍‌ଘାଟନ କରିବେ। ରାଜ୍ୟ ପର୍ୟ୍ୟଟନ ଶିଳ୍ପର ବିକାଶ ପାଇଁ ସରକାରଙ୍କ ପକ୍ଷରୁ ହୋଇଥିବା ଏ ଉଦ୍ୟମରେ ପର୍ୟ୍ୟଟକମାନଙ୍କ ଲାଗି ସମସ୍ତ ପ୍ରକାରର ସୁବିଧା ଉପଲବ୍ଧ ରହିଛି। ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ ହୋଇଥିବା ବିଳାସପୂର୍ଣ୍ଣ କଟେଜ୍‌ରେ ଆରାମଦାୟକ ରହଣୀ ସାଙ୍ଗକୁ ସୁସ୍ୱାଦୁ ଖାଦ୍ୟ, ସାଂସ୍କୃତିକ କାର୍ୟ୍ୟକ୍ରମ ଏବଂ ବିଭିନ୍ନପ୍ରକାର ରୋମାଞ୍ଚକର କାର୍ୟ୍ୟକଳାପର ମଜା ନେଇପାରିବେ ପର୍ୟ୍ୟଟକ।

ଏହାସହ ଦେଶବିଦେଶର ପର୍ୟ୍ୟଟକମାନେ ଓଡ଼ିଶାର କଳା, ସଂସ୍କୃତି, ନୃତ୍ୟ, ସଙ୍ଗୀତ ଓ ଖାଦ୍ୟାଭ୍ୟାସକୁ ଅତି ନିକଟରୁ ଜାଣିବାର ସୁଯୋଗ ପାଇବେ। ଟ୍ରେକିଂ, ଜଙ୍ଗଲ ସଫାରୀ ଅଲ୍‌‌ ଟେରେନ୍‌‌ ଭେଇକିଲ୍‌‌ରେ ଜଙ୍ଗଲ ଓ ବେଳାଭୂମିରେ ବୁଲିବା, ରାଇଫଲ୍‌‌ ସୁଟିଂ,ଆର୍ଚେରୀ,ବିଚ୍‌‌ ଭଲିବଲ,ଜେଟ୍‌‌ସ୍କି,ବାନାନା ରାଇଡ୍‌‌,ସ୍ପିଡ୍‌‌ ବୋଟ୍‌‌,ପାରାସେଲିଂ,ଇ-ବାଇସାଇକଲ୍‌‌ ଆଦିର ଭରପୂର ମଜା ନେବାର ସୁଯୋଗ ମିଳିବ।

Leave A Reply

Your email address will not be published.