ମଧ୍ୟପ୍ରଦେଶରେ କଂଗ୍ରେସରେ ଘୋଷଣା ହେଲା ନିର୍ବାଚନୀ ମାନିଫେଷ୍ଟୋ

0

ଭୋପାଳ: ମଧ୍ୟପ୍ରଦେଶ କଂଗ୍ରେସ ଆସନ୍ତା ବିଧାନସଭା ନିର୍ବାଚନ ପାଇଁ ମାନିଫେଷ୍ଟୋ ଜାରି କରିଛି। କଂଗ୍ରେସ ଏହାର ମାନିଫେଷ୍ଟୋକୁ ବଚନ ପତ୍ର ଭାବେ ନାମିତ କରିଛି। ଏଥିରେ ୧୦୧ ଗ୍ୟାରେଣ୍ଟି ମଧ୍ୟ ଉଲ୍ଲେଖ କରିଛି।

ମଧ୍ୟପ୍ରଦେଶ କଂଗ୍ରେସ ୨୬୦୦ ଟଙ୍କାରେ ଧାନ ଏବଂ ୨୫୯୯ ଟଙ୍କାରେ ଗହମ କିଣିବାକୁ ପ୍ରତିଶ୍ରୁତି ଦେଇଛି। ଦଳ ଯଦି କ୍ଷମତାକୁ ଆସେ ତେବେ ଗାଈ ଗୋବର ମଧ୍ୟ କିଣିବ। ଦୁଇ ଲକ୍ଷ ନୂତନ ନିଯୁକ୍ତି ପାଇବ ବୋଲି ପ୍ରତିଶୃତି ଦେଇଛି। ରାଜ୍ୟରେ ଚାକିରି ପାଇଁ ଶିଳ୍ପ ହବ କରାଯିବ ବୋଲି କୁହାଯାଇଛି। କୃଷି ଉପରେ କଂଗ୍ରେସ କହିଛି ଯେ, କୃଷକଙ୍କ ଋଣ ଛାଡ କରାଯିବ। ଏହା ସହିତ ଲୋକଙ୍କୁ ୧୦ ଲକ୍ଷ ଟଙ୍କା ଦୁର୍ଘଟଣା ବୀମା ଏବଂ ୨୫ ଲକ୍ଷ ଟଙ୍କା ସ୍ବାସ୍ଥ୍ୟ ବୀମା ଯୋଗାଇ ଦିଆଯିବ। ଏହା ସହିତ ମହିଳାମାନଙ୍କୁ ନାରୀ ସମ୍ମାନ ନିଧି ଯୋଜନାରେ ମାସକୁ ୧୫୦୦/ – ଟଙ୍କା ଦିଆଯିବ। ଘରୋଇ ଗ୍ୟାସ ସିଲିଣ୍ଡର ୫୦୦  ଟଙ୍କା ଦିଆଯିବ ବୋଲି ଦଳ କହିଛି।
କଂଗ୍ରେସ ପ୍ରତିଶ୍ରୁତି ପତ୍ରରେ କହିଛି ଯେ, ଏହା ପୁରୁଣା ପେନ୍‌ସନ୍‌ ସ୍କିମ ୨୦୦୫ ଓପିଏସ୍‌ ଆରମ୍ଭ କରିବ। ଚାଷୀଙ୍କୁ ଜଳସେଚନ ପାଇଁ ୫ ହର୍ଷପାଓ୍ବାର ବିଦ୍ୟୁତ ମାଗଣାରେ ଯୋଗାଇ ଦିଆଯିବ। କୃଷକଙ୍କ ବକେୟା ବିଦ୍ୟୁତ୍‌ ବିଲ ଛାଡ କରାଯିବ।

Leave A Reply

Your email address will not be published.