ପଣସ ଖାଇବାକୁ ଆସି ଫସିଗଲା ହାତୀ

0

ଅନୁଗୁଳ (ଆମ ଟିଭି): ପଣସ ଖାଇବାକୁ ଆସି ହାତୀ ହଟହଟା। ଦୁଇ ଗଛ ମଝିରେ ଫସିଲା ହାତୀ। ଏମିତି ଘଟଣା ଘଟିଛି ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ବୃତ୍ତି ଗ୍ରାମରେ। ସୂଚନାନୁସାରେ ହାତୀଟି ପଣସ ଖାଇବାକୁ ଉଦ୍ୟମ କରୁଥିବା ବେଳେ କୈାଣସି ଅସାବଧାନତା ବଶତଃ ତା ଗୋଡ଼ ପଣସ ଗଛ ଓ ତା’ ପାଖରେ ଥିବା ଆମ୍ବ ଗଛ ମଝିରେ ଫସି ଯାଇଥିଲା । ପରେ ହାତୀଟି ଦୁଇ ଗଛ ମଝିରୁ ବାହାରିବାକୁ ବହୁ ଚେଷ୍ଟା କରିବା ସତ୍ତ୍ୱେ ସେଥିରୁ ବାହାରି ପାରି ନଥିଲା । ସ୍ଥାନୀୟ ଲୋକେ ଏ ଘଟଣା ଦେଖି ବନ ବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ।

ବନ ବିଭାଗ ର ଇଉୠ ରଞ୍ଜନ କୁମାର ବେହେରା ଙ୍କ ନେତୃତ୍ବରେ ଏକ ଟିମ୍ ପହଞ୍ଚି ମାଇ ହାତୀ କୁ ଉଦ୍ଧାର କରିଥିଲେ। ହାତୀକୁ ଉଦ୍ଧାର କରିବା ପରେ ଟ୍ରାଙ୍କୁଲାଇଜ୍ କରି ହାତୀକୁ ଚିକିତ୍ସା କରାଯାଇଥିଲା। ପରେ ହାତୀର ଚେତା ଫେରିବା ପରେ ଜଙ୍ଗଲକୁ ଚାଲିଯାଇଥିବା ସୂଚନାମିଳିଛି ।

Leave A Reply

Your email address will not be published.