ଶଙ୍ଖ ଭବନରେ ଆରମ୍ଭ ହେଲା ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ

0

ଭୁବନେଶ୍ୱର (ଆମ ଟିଭି): ୨୦୨୪ ପାଇଁ ବିଜେଡି ଆରମ୍ଭ କଲା  ରଣନୀତି ।  ଶଙ୍ଖ ଭବନରେ ଆରମ୍ଭ ହେଲା ବିଜେଡିର ପରିବର୍ଦ୍ଧିତ କାର୍ଯ୍ୟକାରିଣୀ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ଦଳର ସମସ୍ତ କାର୍ଯ୍ୟକାରିଣୀ ସଦସ୍ୟଙ୍କ ସମେତ ସାଙ୍ଗଠନିକ ସଭାପତି ଏବଂ ନିମନ୍ତ୍ରିତ ଅତିଥି ଯୋଗ ଦେଇଛନ୍ତି । ବୈଠକରେ ସାମାଜିକ, ରାଜନୈତିକ ଓ ସାଙ୍ଗଠନିକ ପ୍ରସ୍ତାବ ପାରିତ ହେବ ।

ଯେହେତୁ ମୁଣ୍ଡ ଉପରେ ୨୦୨୪ ନିର୍ବାଚନ ରହିଛି ତେଣୁ କେଉଁ ରଣନୀତି ନେଇ ଲୋକମାନଙ୍କ ପାଖକୁ ଦଳ ଯିବ ତାର ଖସଡ଼ା ପ୍ରସ୍ତୁତ କରିବ ଦଳ । ଷଷ୍ଠ ଥର ନବୀନ ପଟ୍ଟନାୟକଙ୍କୁ ମୁଖ୍ୟମନ୍ତ୍ରୀ କରିବା ଲାଗି ସଂକଳ୍ପ ନେବେ ସମସ୍ତ ନେତା ଓ କର୍ମୀ । ୨୦୨୦ ମସିହାରେ ଶେଷ ଥର ପାଇଁ ବସିଥିଲା ଦଳର କାର୍ଯ୍ୟକରିଣୀ ବୈଠକ ।

Leave A Reply

Your email address will not be published.