କେନ୍ଦୁଝର(ଆମ ଟିଭି): ଆନ୍ତର୍ଜାତୀୟ ପର୍ୟ୍ୟଟନ ସ୍ଥଳୀ ହେବ କେନ୍ଦୁଝରର ପ୍ରସିଦ୍ଧ ଭୀମକୁଣ୍ଡ । ପାଟଣାର ବିଭିନ୍ନ ମନ୍ଦିର ପାଇବ ନୂଆ ରୂପ । ଏନେଇ ୬ ମାସରେ କାମ ଆରମ୍ଭ ହୋଇ ଶୀଘ୍ର ସାରିବାକୁ ପ୍ରତିଶ୍ରୁତି ଦେଇଛନ୍ତି ଫାଇଭ-ଟି ସଚିବ ଭିକେ ପାଣ୍ଡିଆନ । ଦୁଇ ଦିନିଆ କେନ୍ଦୁଝର ଜିଲ୍ଲା ଗସ୍ତରେ ଅଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ତଥା ଫାଇଭ-ଟି ସଚିବ ଭି କେ ପାଣ୍ଡିୟାନ। ଆଜି ପ୍ରଥମେ ପହଞ୍ଚିଥିଲେ ଭୀମକୁଣ୍ଡ ପର୍ୟ୍ୟଟନ ସ୍ଥଳୀ ।
ପର୍ୟ୍ୟଟନ ସ୍ଥଳୀ ବୁଲି ଦେଖିବା ସହ ଏହାର ବିକାଶ ଏବଂ ଅନ୍ୟାନ୍ୟ ସମସ୍ୟାର ସମାଧାନ ପାଇଁ ଅଞ୍ଚଳବାସୀଙ୍କ ସହ କଲେ ଆଲୋଚନା । ତା ପରେ ସେ ବଡବିଲ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ଡାଇଲେସିସ ସେଣ୍ଟର୍ ପରିଦର୍ଶନ କରିଥିଲେ । ବଡ଼ବିଲରୁ ଯୋଡ଼ା ଜିବା ବାଟରେ ପଦ୍ମଶ୍ରୀ ତୁଳସୀ ମୁଣ୍ଡାଙ୍କୁ ଭେଟିଲେ ଫାଇବଟି ସଚିବ ।