ରାମ ମନ୍ଦିର ଇତିହାସକୁ ନେଇ ନିର୍ମାଣ ହେବ ଫିଲ୍ମ

0

ନୂଆଦିଲ୍ଲୀ : ଅଯୋଧ୍ୟାରେ ରାମ ମନ୍ଦିର ୨୦୨୩ ମସିହାରେ ସମ୍ପୂର୍ଣ୍ଣ ହେବ। ରାମ ମନ୍ଦିରର ୫୦୦ ବର୍ଷର ଇତିହାସ ଉପରେ ଏକ ଫିଲ୍ମ ନିର୍ମାଣ କରାଯିବ। ମନ୍ଦିରର ଇତିହାସ ଉପରେ ନିର୍ମିତ ଏହି ଫିଲ୍ମ ପାଇଁ ଅମିତାଭ ବଚ୍ଚନଙ୍କୁ ସ୍ୱର ଦେବାକୁ ମନ୍ଦିର ନିର୍ମାଣ ସମିତି ଅନୁରୋଧ କରିଛନ୍ତି। ଅଭିନେତାଙ୍କ ସ୍ୱର ଏହି ଫିଲ୍ମରେ ବର୍ଣ୍ଣନାକାରୀ ଭାବରେ କରାଯିବ। ଏହି ଫିଲ୍ମରେ ମନ୍ଦିର ନିର୍ମାଣ ସମୟରେ ହୋଇଥିବା ସଂଘର୍ଷର କାହାଣୀ ପ୍ରଦର୍ଶିତ ହେବ। ଫିଲ୍ମକୁ ଦୂରର୍ଶନରେ ଦେଖାଇବାକୁ ଘୋଷଣା କରାଯାଇଛି। ରାମ ମନ୍ଦିର ନିର୍ମାଣ କମିଟିର ଦୁଇ ଦିନିଆ ବୈଠକରେ ଏହା ଆଲୋଚନା କରାଯାଇଛି।

ରାମ ମନ୍ଦିର ୫୦୦ ବର୍ଷର ଇତିହାସକୁ ଲୋକଙ୍କ ନିକଟରେ ପହଞ୍ଚାଇବା ଦାୟିତ୍ୱ ପ୍ରସିଦ୍ଧ ଲେଖକ ତଥା ଫିଲ୍ମ ସେନ୍ସର ବୋର୍ଡର ଚେୟାରମ୍ୟାନ୍ ପ୍ରସୁନଙ୍କୁ ଦିଆଯାଇଛି। ତାଙ୍କ ସହ ଏକ ୬ ଜଣିଆ ଟିମ୍ କାମ କରିବେ । ଖବର ଅନୁଯାୟୀ, ଅମିତାଭ ବଚ୍ଚନ ଏବଂ ପ୍ରସୁନ ଯୋଶୀ ଏହି ଫିଲ୍ମ ପାଇଁ କୌଣସି ଫି’ ନେଉନାହାଁନ୍ତି। ଫିଲ୍ମକୁ ପ୍ରସିଦ୍ଧ ନିର୍ଦ୍ଦେଶକ ଡକ୍ଟର ଚନ୍ଦ୍ରପ୍ରକାଶ ଦ୍ୱିବେଦୀ ନିର୍ଦ୍ଦେଶନା ଦେବେ।

ଖୁବ୍ ଶୀଘ୍ର ଏହି ଯୋଜନା ଉପରେ କାର୍ଯ୍ୟ ଆରମ୍ଭ ହେବ। ଏଥି ସହିତ ଇନ୍ଦିରା ଗାନ୍ଧୀ ଜାତୀୟ କଳା କେନ୍ଦ୍ରର ସଚିବ ସଚ୍ଚିଦାନନ୍ଦ ଯୋଶୀ ଏହି ଫିଲ୍ମ ସମୟରେ କୋଅର୍ଡିନେସନ୍ କାର୍ଯ୍ୟ କରିବେ। ଶ୍ରୀ ରାମ ଜନ୍ମଭୂମି ତିର୍ଥ କ୍ଷେତ ଟ୍ରଷ୍ଟର ସାଧାରଣ ସମ୍ପାଦକ ଚମ୍ପତ ରାୟ କହିଛନ୍ତି, ଏହି ଫିଲ୍ମ ମାଧ୍ୟମରେ ମନ୍ଦିର ନିର୍ମାଣ ଇତିହାସ ଯୁବ ପିଢିଙ୍କ ନିକଟରେ ପହଞ୍ଚିବ।

Leave A Reply

Your email address will not be published.