ଜୁଲାଇ ୨ରୁ ମୌସୁମୀ ଅଧିବେଶନ, ପ୍ରଥମ ଦିନରେ ପୂର୍ଣ୍ଣାଙ୍ଗ ବଜେଟ୍ ଆଣିବେ ଅର୍ଥମନ୍ତ୍ରୀ
ଭୁବନେଶ୍ବର(ଆମ ଟିଭି): ଜୁଲାଇ ୨ରୁ ବସିବ ମୌସୁମୀ ଅଧିବେଶନ । ପ୍ରଥମ ଦିନରେ ହିଁ ଗୃହରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିବେ ଅର୍ଥମନ୍ତ୍ରୀ। ଅଗଷ୍ଟ ୪ ପର୍ୟ୍ୟନ୍ତ ଚାଲିବ ଏହି ଅଧିବେଶନ। ଜୁଲାଇ ୩୦ରେ ଗୃହରେ ବ୍ୟୟ ମଞ୍ଜୁରୀ ବିଲ୍ ଆଗତ ହେବ । ଏହା ୨୪ ଦିନ ଧରି ଚାଲିବ ମୌସୂମୀ ଅଧିବେଶନ। ସୂଚନାଯୋଗ୍ୟ, ପଞ୍ଚାୟତ ଓ ପୈର ନିର୍ବାଚନ ପାଇଁ ୨୦୨୨-୨୩ର ପୂର୍ଣ୍ଣାଙ୍ଗ ବଜେଟ୍ ପରିବର୍ତ୍ତେ ରାଜ୍ୟ ସରକାର ୪ମାସିଆ କାମଚଳା ବଜେଟ ଉପସ୍ଥାପିତ କରିଥିଲେ। ତେଣୁ ଜୁଲାଇ ୩୧ ପୂର୍ବରୁ ବଜେଟ୍ ଗୃହର ଅନୁମୋଦନ ଲାଭ କରିବା ବାଧ୍ୟତାମୂଳକ ।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ବିଦେଶ ଗସ୍ତ ଶେଷ କରି ଜୁଲାଇ ୧ ରେ ଭୁବନେଶ୍ୱର ଫେରିବା ପରେ ବଜେଟ୍ ଅଧିବେଶନ ଆରମ୍ଭ ହେବ। ତା ସହିତ ଏଥର ନୂଆ ବାଚସ୍ପତି ଗୃହ ପରିଚାଳନା କରିବେ। ଉଭୟ ଶାସକ ଓ ବିରୋଧୀଙ୍କୁ ନେଇ ସେ କିପରି ଶାନ୍ତି ଶୃଙ୍ଖଳାରେ ସୁରୁଖୁରୁରେ ଗୃହ ଚଳାଇବେ, ତା ଉପରେ ନଜର ରହିଛି।