ପ୍ରାଣ ହରାଇଲେ ସ୍ଵାଧୀନ ଭାରତର ପ୍ରଥମ ଭୋଟର

0

କିନ୍ନୁର: ଆଜି ପ୍ରତ୍ୟୁଷରେ ସ୍ବାଧୀନ ଭାରତର ପ୍ରଥମ ଭୋଟର୍‌ ଶ୍ୟାମଶରଣ ନେଗିଙ୍କର ଦେହାନ୍ତ ହୋଇଯାଇଛି। ହିମାଚଳ ପ୍ରଦେଶର କିନ୍ନୁର ନିବାସୀ ନେଗି ଆଗାମୀ ହିମାଚଳ ପ୍ରଦେଶ ନିର୍ବାଚନ ନିମନ୍ତେ ନଭେମ୍ବର ୨ ତାରିଖ ବୁଧବାର ଦିନ କଲ୍‌ପାସ୍ଥିତ ତାଙ୍କ ବାସଭବନରେ ପୋଷ୍ଟାଲ୍‌ ବାଲଟ୍‌ ମାଧ୍ୟମରେ ୧୪ଶ ଭୋଟ୍‌ ଦେଇଥିଲେ।

ପରିଣତ ବୟସରେ ବି ସେ ଭୋଟ୍‌ ଦାନ କେନ୍ଦ୍ରକୁ ଯାଇ ଭୋଟ୍‌ ଦେଉଥିଲେ। କିନ୍ତୁ, ତାଙ୍କର ସ୍ବାସ୍ଥ୍ୟାବସ୍ଥା ଭଲ ନ ଥିବାରୁ ପୋଷ୍ଟାଲ୍‌ ବାଲଟ୍‌ ଜରିଆରେ ୧୪ଶ ବିଧାନସଭା ନିମନ୍ତେ ଭୋଟ୍‌ ଦେବେ ବୋଲି ସରକାରୀ କର୍ତ୍ତୃପକ୍ଷଙ୍କୁ ଅନୁରୋଧ କରି ଫର୍ମ ପକାଇଥିଲେ। ୧୯୫୧‌ରେ ପ୍ରଥମେ ଭାରତର ସାଧାରଣ ନିର୍ବାଚନରେ ଭୋଟ୍‌ ଦେଇଥିବା ନେଗି ଲୋକସଭା ନିର୍ବାଚନରେ ୧୬ ଥର ଭୋଟ୍‌ ଦେଇଛନ୍ତି ।

କିନ୍ନୁର ଜିଲ୍ଲାପାଳ ଆବିଦ୍‌ ହୁସେନ୍‌ କହିଛନ୍ତି ଯେ, ତାଙ୍କର ଅନ୍ତ୍ୟେଷ୍ଟି ନିମନ୍ତେ ଜିଲ୍ଲା ପ୍ରଶାସନ ବ୍ୟବସ୍ଥା କରୁଛି। ତାଙ୍କୁ ସମ୍ମାନ ଚିରବିଦାୟ ଦେବା ନିମନ୍ତେ ବାଜା ପାର୍ଟି ବି ଡକାଯାଇଛି।

Leave A Reply

Your email address will not be published.