ମାଲକାନଗିରି (ଆମ ଟିଭି): ପୂରଣ ହେଲା ମାଲକାନଗିରି ବାସୀଙ୍କ ସ୍ୱପ୍ନ । ସ୍ୱାଭିମାନ ଅଞ୍ଚଳରେ ଉଡ଼ିବ ବିମାନ। ମାଲାକାନଗିରି ଜିଲାରେ ମଙ୍ଗଳବାର ଉଦଘାଟିତ ହେବ ବହୁ ପ୍ରତୀକ୍ଷିତ ମାଲକାନଗିରି ବିମାନବନ୍ଦର। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିମାନବନ୍ଦରରେ ଅବତରଣ କରି ଏହାର ଶୁଭାରମ୍ଭ କରିବେ। ୫ଟି ଅଧ୍ୟକ୍ଷ ଭି.କେ ପାଣ୍ଡିଆନ ମଧ୍ୟ ମୁଖ୍ୟମନ୍ତ୍ରୀଙ୍କ ସହିତ ଉପସ୍ଥିତ ରହିବେ। ବିଚ୍ଛିନ୍ନାଂଚଳରେ ବିକାଶର ଅଗ୍ରଗତି ହେବା ସହିତ ମଙ୍ଗଳବାର ଠାରୁ ଆକାଶ ମାର୍ଗରେ ଯୋଗାଯୋଗ ଆରମ୍ଭ ହେବାକୁ ଯାଉଛି। ଦୀର୍ଘଦିନର ପ୍ରତୀକ୍ଷା ପରେ ମାଲକାନଗିରିକୁ ଆରମ୍ଭ ହେବ ଏହି ବିମାନ ସେବା।
୨୯କୋଟି ଟଙ୍କା ବ୍ୟୟରେ ୧୦୬ହେକ୍ଟର ଜମିରେ ନିର୍ମିତ ଏହି ବିମାନ ବନ୍ଦରରେ ୧ହଜାର ୬୦୨ମିଟର ଲମ୍ବ ଓ ୩୦ ମିଟର ଓସାରର ରନୱେ ପ୍ରସ୍ତୁତ ହୋଇଛି। ବିମାନସେବା ଆରମ୍ଭ ପୂର୍ବରୁ ଗତ ୭ତାରିଖରେ ଏୟାରପୋର୍ଟରେ ବିମାନ ଅବତରଣର ପରୀକ୍ଷାମୂଳକ କରାଯାଇଥିଲା। ଲୋକାର୍ପଣ ଉତ୍ସବ ପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି।