ହୀରାକୁଦର ୨୮ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ

0

ସମ୍ବଲପୁର (ଆମ ଟିଭି): ସାରା ରାଜ୍ୟରେ ଜାରି ରହିଛି ବର୍ଷା । ସେପଟେ ବନ୍ୟା ଜଳ ପାଇଁ ମହାନଦୀ ଫୁଲିବାରେ ଲାଗିଛି । ହୀରାକୁଦ ଜଳଭଣ୍ଡାରରେ ମଧ୍ୟ ଦେଖାଦେଇଛି ସମାନ ସ୍ଥିତି । ଜଳସ୍ତର ସାମାନ୍ୟ କମିଯିବାରୁ ଡ୍ୟାମର ଆଉ ୪ଟି ଗେଟ ବନ୍ଦ କରାଯାଇଛି । ଏବେ ମୋଟ ୨୮ଟି ଗେଟ ଦେଇ ନିଷ୍କାସିତ ହେଉଛି ବନ୍ୟାଜଳ ।

ଜଳସ୍ତର ହ୍ରାସ ପାଇବାରୁ ହୀରାକୁଦ ଜଳଭଣ୍ଡାରର ଆଉ ୪ଟି ଗେଟ ବନ୍ଦ କରାଯାଇଛି । ଏଥିସହ ଡ୍ୟାମରେ ମୋଟ ୧୨ଟି ଗେଟ୍ ବନ୍ଦ ହୋଇଛି । ୪୦ଟି ଗେଟରୁ ୧୨ଟି ଗେଟ୍ ବନ୍ଦ ହେବା ପରେ ଏବେ ହୀରାକୁଦରେ ୨୮ଟି ଗେଟ୍ ଦେଇ ନିଷ୍କାସିତ ହେଉଛି ବନ୍ୟାପାଣି । କିନ୍ତୁ ଏହି ସମୟରେ ଆଗାମୀ ଦୁଇ ଦିନରେ ପ୍ରବଳ ବର୍ଷା ପୁଣି ଥରେ ଏହା ଉପରେ ପ୍ରଭାବ ପକାଇପାରେ ବୋଲି ଆଶଙ୍କା କରାଯାଉଛି ।

 

Leave A Reply

Your email address will not be published.