ନିଜ ଘର ବିକ୍ରି କରିଦେଲେ ପୂର୍ବ ରାଷ୍ଟ୍ରପତି
କାନପୁର: ଦିଲ୍ଲୀରେ ବଙ୍ଗଳା ମିଳିବାରୁ ପୂର୍ବତନ ରାଷ୍ଟ୍ରପତି ରାମନାଥ କୋବିନ୍ଦ ବିହାରସ୍ଥିତ ତାଙ୍କ ବାସଭବନକୁ ଏକ ଡାକ୍ତର ଦମ୍ପତିଙ୍କୁ ବିକ୍ରୟ କରି ଦେଇଛନ୍ତି। ଏବେ କୋବିନ୍ଦ ସପରିବାର ଦିଲ୍ଲୀ ବଙ୍ଗଳାରେ ବାସ କରିବେ। ସମ୍ପ୍ରତି ବିହାରର କଲ୍ୟାଣପୁର ଅନ୍ତର୍ଗତ ‘ଏମ୍ ବ୍ଲକ୍’ରେ ଥିବା ପୂର୍ବତନ ରାଷ୍ଟ୍ରପତିଙ୍କ ବାସଭବନ ‘ଇନ୍ଦ୍ରନଗର ଦୟାନନ୍ଦ’ର ମାଲିକ ହେଲେ ଡାକ୍ତର ସୃଷ୍ଟି ବାଲା ଓ ଡାକ୍ତର ଶରଦ କଟିୟାର୍। ସେମାନେ ବିଲ୍ହୌର୍ରେ ‘ଶ୍ରୀଶ୍ ନର୍ସିଙ୍ଗ୍ ହୋମ୍’ ନାମରେ ଘରୋଇ ହସ୍ପିଟାଲଟିଏ ଖୋଲି କାହ୍ନା ଶ୍ୟାମରେ ବାସ କରୁଛନ୍ତି।
ପୂର୍ବତନ ରାଷ୍ଟ୍ରପତିଙ୍କଠାରୁ ‘ପାୱାର୍ ଅଫ୍ ଆଟର୍ଣ୍ଣି’ ପ୍ରାପ୍ତ ଆନନ୍ଦ କୁମାର ଶୁକ୍ରବାର ଦିନ ରାଷ୍ଟ୍ରପତିଙ୍କ ବାସଭବନକୁ ଉକ୍ତ ଡାକ୍ତର ଦମ୍ପତିଙ୍କ ନାମରେ ରେଜିଷ୍ଟ୍ରି କରିଛନ୍ତି।
ସୂଚନାଯୋଗ୍ୟ, ରାଷ୍ଟ୍ରପତି ଥିବା ବେଳେ କୋବିନ୍ଦ ଏବଂ ତାଙ୍କ ପତ୍ନୀ ସବିତା ସବୁବେଳେ ଉକ୍ତ ବାସଭବନକୁ ଆସୁଥିଲେ। ପ୍ରୋଟୋକଲ୍ ଅନୁସାରେ, ତାଙ୍କ ବାସଭବନରେ ପୁଲିସ ଟିମ୍ ରହୁଥିବାରୁ ଉକ୍ତ ଅଞ୍ଚଳ ‘ଭିଆଇପି’ ପାହ୍ୟା ପାଇଥିଲା।