ଲୋକସଭା ନିର୍ବାଚନ ପାଇଁ ଆଜି ଚତୁର୍ଥ ପର୍ଯ୍ୟାୟ ମତଦାନ; ୯ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଂଚଳର ୯୬ଟି ଆସନରେ ଭୋଟ

0

ନୂଆଦିଲ୍ଲୀ (ଆମ ଟିଭି): ସେପଟେ ଲୋକସଭା ନିର୍ବାଚନର ଚତୁର୍ଥ ପର୍ଯ୍ୟାୟରେ ଆଜି ୯ ରାଜ୍ୟ ଓ ଗୋଟିଏ କେନ୍ଦ୍ର ଶାସିତ ଅଂଚଳର ୯୬ଟି ଆସନରେ ଅନୁଷ୍ଠିତ ହେଉଛି ନିର୍ବାଚନ । ଏହି ପର୍ଯ୍ୟାୟରେ ମୋଟ୍ ୧୭୧୭ ଜଣ ପ୍ରାର୍ଥୀ ମୈଦାନକୁ ଓହ୍ଲାଇଛନ୍ତି । ଆନ୍ଧ୍ରପ୍ରଦେଶର ମୋଟ୍ ୨୫ ଓ ତେଲେଙ୍ଗାନାର ମୋଟ୍ ୧୭ଟି ଆସନ ସମେତ ଉତରପ୍ରଦେଶର ୧୩ଟି , ମହାରାଷ୍ଟ୍ରର ୧୧ଟି, ପଶ୍ଚିମବଙ୍ଗର ୮ଟି, ବିହାରର ୫ଟି, ଓଡ଼ିଶା ଓ ଝାଡ଼ଖଣ୍ଡର ୪ଟି ଲେଖାଏଁ ଏବଂ ଜମ୍ମୁ କାଶ୍ମୀରର ଗୋଟିଏ ଆସନରେ ମତଦାନ କରାଯିବ ।

ଏହି ପର୍ଯ୍ୟାୟରେ ଜାତୀୟ ରାଜନୀତିର ଅନେକ ଚିହ୍ନା ଚେହେରାଙ୍କା ଭାଗ୍ୟ ପରଖିବେ ଭୋଟର । ଏମାନଙ୍କ ମଧ୍ୟରେ ଉତରପ୍ରଦେଶ କନୌଜ ଆସନରୁ ସମାଜବାଦୀ ମୁଖିଆ ଅଖିଳେଶ ଯାଦବ, ହାଇଦ୍ରାବାଦରୁ ଏମଆଇଏମଆଇଏମ ମୁଖ୍ୟ ଅସଉଦ୍ଦିନ ଓୱେସି, ପଶ୍ଚିମବଙ୍ଗ ବାହରମପୁର ଆସନରୁ କଂଗ୍ରେସ ନେତର ଅଧିର ରଞ୍ଜନ ଚୌଧୁରୀ, କ୍ରିଷ୍ଣାନଗର ଆସନରୁ ଟିଏମସି ନେତ୍ରୀ ମହୁଆ ମୋଇତ୍ରା, ବିହାର ବେଗୁସରାଇରୁ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ, ଆନ୍ଧ୍ର କଡ୍ଡପା ଆସନରୁ ମୈଦାନକୁ ଓହ୍ଲାଇଛନ୍ତି ୱାଇଏସ ଶର୍ମିଲା । ଚତୁର୍ଥ ପର୍ଯ୍ୟାୟ ଲୋକସଭା ନିର୍ବାଚନରେ ୧୭.୭ କୋଟି ମତଦାତା ୯୨ ହଜାର ମତଦାନ କେନ୍ଦ୍ରକୁ ଯାଇ ମତ ସାବ୍ୟସ୍ତ କରିବେ । ଏହି ମତଦାତା ମାନଙ୍କ ମଧ୍ୟରେ ୮.୯୭ କୋଟି ପୁରୁଷ ଏବଂ ୮.୭୩ କୋଟି ମହିଳା ରହିଛନ୍ତି । ସେହିପରି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ନିୟୋଜିତ ରହିଛନ୍ତି ୧୯ଲକ୍ଷ ପୋଲିଂ ଅଧିକାରୀ ।

Leave A Reply

Your email address will not be published.