ରୂପା ଚାଦରରେ ଝଟକିବ ଗରୁଡ ସ୍ତମ୍ଭ
ପୁରୀ : ଶ୍ରୀ ଜଗନ୍ନାଥ ମନ୍ଦିର ନାଟମଣ୍ଡପ ସ୍ଥିତ ଗରୁଡ଼ ସ୍ତମ୍ଭକୁ ରୁପା ଚାଦରରେ ଆଚ୍ଛାଦନ କରାଯିବ। ଛତିଶା ନିଯୋଗ ନାୟକ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଓ ବରିଷ୍ଠ ସେବାୟତଙ୍କୁ ନେଇ ବସିଥିବା ବୈଠକରେ ଏନେଇ ପ୍ରସ୍ତାବ ରଖାଯାଇଛି।
ଏହାସହ ଗରୁଡ଼ ସ୍ତମ୍ଭଟିକୁ ଶ୍ରଦ୍ଧାଳୁ ବାରମ୍ବାର କୋଳାଗ୍ରତ କରିବା ଦ୍ୱାରା ଏହାର ମୋଟେଇ ପତଳା ହେବା ସହ ସ୍ତମ୍ଭଟିର ସ୍ଥାୟିତ୍ୱ ପ୍ରତି ବିପଦ ଦେଖାଦେଇଛି। ଏହାର ସୁରକ୍ଷା ପାଇଁ ସ୍ତମ୍ଭର ଚାରିପଟେ ଏକ ବୃତ୍ତାକାର ଫ୍ରେମ୍ ଉପରେ ରୁପା ଚାଦର ଆଚ୍ଛାଦନ କରାଯିବ। ଏଥିପାଇଁ ୧୩୦ ଲକ୍ଷ ଟଙ୍କାର ଅଟକଳ ପ୍ରସ୍ତୁତ କରାଯାଇଛି। ଗତକାଲି ଛତିଶା ନିଯୋଗ ନାୟକ, ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ଓ ବରିଷ୍ଠ ସେବାୟତଙ୍କୁ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଥିଲା। ବୈଠକରେ ବିଭିନ୍ନ ବିଷୟରେ ଆଲୋଚନା ପରେ ଏହି ସବୁ ପ୍ରସ୍ତାବ ରଖାଯାଇଥିଲା।