ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରାପଡ଼ିଲେ ସରକାରୀ ବାବୁ

0

ଘଟଗାଁ (ଆମ ଟିଭି): ଲାଞ୍ଚ ନେବା ପଡିଲା ମହଙ୍ଗା, ଲାଞ୍ଚ ନେବା ବେଳେ ଭିଜିଲାନ୍ସ ହାତରେ ଧରା ପଡ଼ିଲେ ସରକାରୀ ବାବୁ । ଲାଞ୍ଚ ନେଇ ଫସିଲେ କେନ୍ଦୁଝର ଜିଲ୍ଲା ଘଟଗାଁ ତହସିଲ ଅଫିସ୍ ଜୁନିଅର ରେଭିନ୍ୟୁ ଆସିଷ୍ଟାଣ୍ଟ ଦେବାଶିଷ ପଣ୍ଡା । ଦେବାଶିଷ ପଣ୍ଡା ୧୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ମାଡ଼ି ବସିଲା ଭିଜିଲାନ୍ସ । ଜମି ଭାଗବଣ୍ଟା ମାମଲା ସମାଧାନ ପାଇଁ ଟାଙ୍ଗରତଳି ଗାଁର ବନମାଳୀ ପଲେଇଙ୍କ ଠାରୁ ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଦେବାଶିଷ ପଣ୍ଡା ଧରାପଡ଼ିଛନ୍ତି ।

ଲାଞ୍ଚ ଟଙ୍କା ଜବତ ସହ ବାଲେଶ୍ବର ଭିଜିଲାନ୍ସରେ ମାମଲା ରୁଜୁ ହୋଇଛି । ଅଫିସ, ଘଟଗାଁ ଉପରଡ଼ିହରେ ଥିବା ଦେବାଶିଷଙ୍କ ଭଡ଼ାଘର ଓ ବାଲେଶ୍ବର ସିଙ୍ଗଲାରେ ଥିବା ପୈତୃକ ବାସଭବନରେ ଭିଜିଲାନ୍ସ ଚଢ଼ାଉ କରିଛି ।

Leave A Reply

Your email address will not be published.