ବଜେଟ୍‌ ଅଧିବେଶନ ପୂର୍ବରୁ ସର୍ବଦଳୀୟ ବୈଠକ ଡାକିଲେ ସରକାର

0

ନୂଆଦିଲ୍ଲୀ (ଆମ ଟିଭି): ସଂସଦର ମୌସୁମୀ ଅଧିବେସନ ପୂର୍ବରୁ ସରକାର ଆଜି ସର୍ବଦଳୀୟ ବୈଠକ ଡକାଇଛନ୍ତି । ଆସନ୍ତା ୨୨ ତାରିଖରୁ ସଂସଦରେ ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଥିବା ବେଳେ ଏହା ଅଗଷ୍ଟ ୧୨ ପର୍ଯ୍ୟନ୍ତ ଚାଲିବ । ଏହି ସମୟରେ ୨୩ ଜୁଲାଇରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍‌ ଉପସ୍ଥାପନ କରିବେ ।

ଏକ ସରକାରୀ ପ୍ରେସ ବିଜ୍ଞପ୍ତିରେ ସଂସଦୀୟ ବ୍ୟାପାର ମନ୍ତ୍ରଣାଳୟ କହିଛି ଯେ ସଂସଦର ବଜେଟ ଅଧିବେଶନ ପୂର୍ବରୁ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ କିରେନ ରିଜିଜୁ ଉଭୟ ଗୃହରେ ରାଜନୈତିକ ଦଳର ନେତାଙ୍କ ସହ ଏକ ବୈଠକ କରିବେ। ସଂସଦ ଗୃହର ମୁଖ୍ୟ କମିଟି କୋଠରୀରେ ସକାଳ ୧୧ଟାରେ ଏହି ସର୍ବଦଳୀୟ ବୈଠକ ଅନୁଷ୍ଠିତ ହେବ।

Leave A Reply

Your email address will not be published.