ପ୍ରକୃତି ମିଶ୍ରଙ୍କ ମହାନତା, ଟ୍ରେନ୍ ଟ୍ରାଜେଡିର ପୀଡିତଙ୍କ ପାଇଁ ସହାୟତାର ହାତ ବଢାଇଲେ
ଭୁବନେଶ୍ୱର:ସେଲେବ୍ରିଟୀ ମାନେ ସବୁବେଳେ ସମାଜକୁ ସଦଭାବନା ଓ ପରୋପକାର ର ବାର୍ତା ଦିଅନ୍ତି ଆଉ ଏହି କ୍ଷେତ୍ରରେ ଗୋଟିଏ ପାଦ ଆଗକୁ ଯାଇ ଓଡ଼ିଶାର ଜଣାଶୁଣା ଅଭିନେତ୍ରୀ ଓଡିଆ ତଥା ହିନ୍ଦୀ ଫିଲ୍ମ ଓ ଟେଲି ଜଗତରେ ନିଜର ଏକ ସ୍ବତନ୍ତ୍ର ସ୍ଥାନ ରଖିଥାବା ପ୍ରକୃତି ମିଶ୍ର | ବାହାନଗା ଟ୍ରେନ୍ ଟ୍ରାଜେଡିର ପୀଡିତଙ୍କ ପାଇଁ ଆଗକୁ ଆସି ସହାୟତାର ହାତ ବଢାଇଛନ୍ତି |

ବାହାନଗା ଟ୍ରେନ୍ ଟ୍ରାଜେଡି ପୀଡିତଙ୍କ ସହ ଛିଡା ହୋଇ ସାରା ଓଡ଼ିଶା ଆଜି ରାଜ୍ୟ ସରକାରଙ୍କୁ ପୂର୍ଣ୍ଣ ସମର୍ଥନ ଜଣାଇଛନ୍ତି । ଏଭଳି ପରିସ୍ଥିତି ରେ ରାଜ୍ୟ ସରକାରଙ୍କୁ ସାହାଯ୍ୟ କରିବାକୁ ଯାଇ ଦେଶର ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ବହୁ ବଦାନ୍ୟ ବ୍ୟକ୍ତି, ଶିଳ୍ପ ସଂସ୍ଥା, ସରକାରୀ କର୍ମଚାରୀ ଓ ବିଭିନ୍ନ ସଂଘଠନ ସହାୟତାର ହାତ ବଢ଼ାଇ ଚାଲିଛନ୍ତି ଏହି ମହତ କାର୍ଯ୍ୟ ରେ, ସବୁବେଳେ ଚର୍ଚ୍ଚାରେ ଥିବା ପ୍ରକୃତି ମିଶ୍ରଙ୍କ ମହାନତା ଦେଖିବାକୁ ମିଳିଛି । ଟ୍ରେନ୍ ଟ୍ରାଜେଡିର ପୀଡିତଙ୍କ ପାଇଁ ଶିଖ୍ଏଡ଼ ସହିତ ମିଶି ସେ ସହାୟତାର ହାତ ବଢାଇଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ରିଲିଫ୍ ଫଣ୍ଡ ମାଧ୍ୟମରେ ନିଜେ ୫୦,୦୦୦ ଟଙ୍କା ଓ ଶିଖ୍ଏଡ଼ ୧,୦୦୦,୦୦ ଟଙ୍କା ର ସହାୟତା ଦେଇଛନ୍ତି । ଏହା ସହ ସେ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଥିବା ଆହତଙ୍କ ନିକଟରେ ପହଞ୍ଚି ସେମାନଙ୍କ ସ୍ୱାସ୍ଥ୍ୟ ପଚାରି ବୁଝିଛନ୍ତି । ଖାଲି ସେତିକି ନୁହେଁ, ନିଜ ସାମର୍ଥ୍ୟ ଅନୁଯାୟୀ ଦୁର୍ଘଟଣାରେ ପୀଡିତ ଆହତମାନଙ୍କୁ ସାହାର୍ଯ୍ୟ କରିବାକୁ ପୁରା ଯୁବ ଗୋଷ୍ଠୀକୁ ଆହ୍ୱାନ ଦେଇଛନ୍ତି । ପ୍ରକୃତିଙ୍କ ଏହି ଦାନ ତାଙ୍କର ସମସ୍ତଙ୍କ ପାଇଁ ସମବେତନା ର ଏକ ସଙ୍କେତ ଏବଂ ଅନ୍ୟମାନଙ୍କୁ ସାହାଯ୍ୟ କରିବାକୁ ଇଚ୍ଛା | ସେ ଆମ ସମସ୍ତଙ୍କ ପାଇଁ ଏକ ପ୍ରେରଣା | କରୋମଣ୍ଡଳ ଏକ୍ସପ୍ରେସ ବିପର୍ଯ୍ୟୟର ଶିକାର ହୋଇଥିବା ଲୋକଙ୍କୁ ଆପଣ ମଧ୍ୟ ସାହାଯ୍ୟ କରିପାରିବେ | ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରନ୍ତୁ | ଆପଣ ଅନଲାଇନ୍ କିମ୍ବା ଏକ ଚେକ୍ ପଠାଇ ଦାନ କରିପାରିବେ |

ଆହୁରି ଅନେକ ସଂଗଠନ ଅଛି ଯାହାକି ସକ୍ରିୟ ଭାବରେ ସାହାଯ୍ୟ କରୁଛନ୍ତି, ଯାହାକୁ ଅଭିନେତ୍ରୀ ପ୍ରକୃତି ସାହାଜ୍ୟ ଓ ସମର୍ଥନ କରନ୍ତି କହିଛି ଶିଖ୍ଏଡ଼ ଟିମ୍ | ସ୍ଥାନୀୟ ଡାକ୍ତରଖାନା କିମ୍ବା ରିଲିଫ୍ ସେଣ୍ଟରରେ ଆପଣଙ୍କ ସମୟକୁ ଦିଅନ୍ତୁ ଓ ବିପର୍ଯ୍ୟୟ ବିଷୟରେ ସମସ୍ତଙ୍କୁ ସଚେତନ କରିବା ସହ ଅନ୍ୟମାନଙ୍କୁ ଦାନ କିମ୍ବା ସ୍ବେଚ୍ଛାସେବୀ ହେବାକୁ ଉତ୍ସାହିତ କରନ୍ତୁ | ଏକତ୍ର, ଆମେ ଏକ ପରିବର୍ତ୍ତନ କରିପାରିବା ବୋଲି ଦାବି ରଖିଛି ଶିଖ୍ଏଡ଼ ଟିମ୍ |