ତେଲେଙ୍ଗାନାରେ କାରକୁ ଠେଲିଦେଲା ହାତ?

0

ହାଇଦ୍ରାବାଦ, : ତେଲଙ୍ଗାନାର ବିଧାନସଭା ନିର୍ବାଚନ ଫଳାଫଳର ପ୍ରାଥମିକ ଗଣତିରୁ ଜଣାପଡ଼ିଛି କଂଗ୍ରେସ ରାଜ୍ୟରେ ପ୍ରଥମ ଥର ପାଇଁ କ୍ଷମତା ଦଖଲ କରିବାରକୁ ଯାଉଛି। ତେଲଙ୍ଗାନାରେ କଂଗ୍ରେସ ମ୍ୟାଜିକ ନମ୍ବର ଛୁଇଁଛି। ତେଲଙ୍ଗାନାରେ ମୋଟ ଆସନ ସଂଖ୍ୟା ୧୧୯ ରହିଛି। ଏଠାରେ ସରକାର ଗଠନ ପାଇଁ ଆବଶ୍ୟକ ମ୍ୟାଜିକ୍‌ ନମ୍ବର ୬୦ ରହିଛି। କଂଗ୍ରେସ ତେଲଙ୍ଗାନାରେ ୬୫ ଆସନରେ ଆଗୁଆ ରହିଛି। ଏଠାରେ ବିଆରଏସ ୪୦ ଏବଂ ଭାଜପା ୯ ଆସନରେ ଆଗୁଆ ରହିଛି। ସେହିପରି ଅନ୍ୟାନ୍ୟ ୫ ଆସନରେ ଆଗୁଆ ରହିଛନ୍ତି।

Leave A Reply

Your email address will not be published.