କରୋନାକୁ ନେଇ ସତର୍କ କରାଇଲା ସ୍ବାସ୍ଥ୍ୟ ବିଭାଗ
ଭୁବନେଶ୍ୱର : ମାର୍ଚ୍ଚ ଦ୍ୱିତୀୟ କିମ୍ବା ତୃତୀୟ ସପ୍ତାହରେ ଆସିପାରେ ଚତୁର୍ଥ ଲହର। ଏନେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ବିଭାଗର ସ୍ୱତନ୍ତ୍ର ସଚିବ ଡାକ୍ତର ଅଜିତ ମହାନ୍ତି କହିଛନ୍ତି। ସେ ଆହୁରି କହିଛନ୍ତି, ୨୪ ଘଣ୍ଟାରେ ଚୀନରେ ୩ ଲକ୍ଷରୁ ଅଧିକ ଓ ଭାରତରେ ୧୭୩ ନୂଆ କେସ୍ ଚିହ୍ନଟ ହୋଇଛି। ଓଡ଼ିଶାରେ ଗତ ୨୪ ଘଣ୍ଟାରେ ୨ଟି ପଜିଟିଭ କେସ୍ ଚିହ୍ନଟ ହୋଇଛି। କୋରାପୁଟରୁ ଗୋଟିଏ ଓ ଖୋର୍ଦ୍ଧା ଜିଲ୍ଲାରୁ ଗୋଟିଏ ପଜିଟିଭ ଚିହ୍ନଟ ହୋଇଛନ୍ତି ବୋଲି ଡାକ୍ତ ମହାନ୍ତି କହିଛନ୍ତି।
ସେ ଆହୁରି କହିଛନ୍ତି, ସର୍ଭେ ଅନୁସାରେ ଚାଇନାରେ ଏଯାବତ ପିକ୍ ଆସିନାହିଁ। ଜାନୁଆରୀ ୧୩ରୁ ୧୫ ତାରିଖ ମଧ୍ୟରେ ପିକ୍କୁ ଆସିବ। ଦୈନିକ ୭ରୁ ୧୦ ଲକ୍ଷ ସଂକ୍ରମିତ ହେବେ। ପିକ୍ ବେଳେ ଚାଇନାରେ ଦୈନିକ ୨୫ ହଜାର ପର୍ଯ୍ୟନ୍ତ ମୃତ୍ୟୁ ଘଟିପାରେ। ସେହି ହିସାବରେ ଭାରତରେ ମାର୍ଚ୍ଚ ୨ୟ କିମ୍ବା ୩ୟ ସପ୍ତାହରେ ଚତୁର୍ଥ ଲହର ଆସିପାରେ। କେସ୍ ସାମାନ୍ୟ ବଢ଼ିପାରେ। ସେଥିପାଇଁ ଗହଳି ଜାଗାକୁ ଯାଉଥିଲେ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି ସ୍ୱାସ୍ଥ୍ୟ ସଚିବ।