ଫେବୃଆରୀ ଘୁଞ୍ଚିଲା ମହାନଦୀ ଜଳ ମାମଲାର ଶୁଣାଣି

0

ନୂଆଦିଲ୍ଲୀ : ମଦାନଦୀ ଜଳବିବାଦ ମାମଲାର ଶୁଣାଣି ଫେବ୍ରୁଆରି ୪କୁ ଘୁଞ୍ଚିଛି। ଚଳିତ ମାସ ୧୬ରେ ଆସେସର୍‌ମାନଙ୍କ ସହ ଓଡ଼ିଶା ଓ ଛତିଶଗଡ଼ ବୈଷୟିକ ଟିମ୍‌ର ବୈଠକ ନିର୍ଦ୍ଧାରିତ ହୋଇଥିବାରୁ ଆଜିର ଶୁଣାଣିକୁ ଟ୍ରିବ୍ୟୁନାଲ ସ୍ଥଗିତ ରଖିଛନ୍ତି। ମହାନଦୀ ଅବବାହିକାର ଅଞ୍ଚଳ ନିର୍ଦ୍ଧାରଣ ପ୍ରସଙ୍ଗରେ ଉଭୟ ରାଜ୍ୟର ବୈଷୟିକ ଟିମ୍‌ ଟ୍ରିବ୍ୟୁନାଲଙ୍କ ଗତ ନଭେମ୍ବର ୧୯ ନିର୍ଦ୍ଦେଶ କ୍ରମେ ଏକାଧିକ ବୈଠକ କରିଛନ୍ତି। ହେଲେ ସାପୁଆ ନଦୀର ନକ୍ସା ନିର୍ଦ୍ଧାରଣକୁ ନେଇ ଦ୍ବନ୍ଦ୍ବ ଲାଗିରହିଛି। ଏହାର ଅଞ୍ଚଳକୁ ନେଇ ଦୁଇ ରାଜ୍ୟ ମଧ୍ୟରେ ସହମତି ହୋଇପାରିଲା ନାହିଁ ।

ବିଶେଷ କରି ନଦୀର ୨୩ ବର୍ଗ କିମିକୁ ନେଇ ଦୁଇ ରାଜ୍ୟର ବୈଷୟିକ ଟିମ୍‌ ମଧ୍ୟରେ ଥିବା ଦ୍ବନ୍ଦ୍ବ ଦୂର ହେବା ପରେ ଟ୍ରିବ୍ୟୁନାଲ ମହାନଦୀ ଅବବାହିକା ପରିଦର୍ଶନ କରିବା ସମ୍ଭାବନା ରହିଛି। ମହାନଦୀ ଅବବାହିକାର ସୀମା ନିର୍ଦ୍ଧାରଣ ନକ୍ସା ଚୂଡ଼ାନ୍ତ ହୋଇପାରିନଥିବାରୁ ଟ୍ରିବ୍ୟୁନାଲ କମନ୍‌ ଇନ୍‌ଫର୍ମେସନ୍‌ ଫର୍ମାଟ୍‌ (ସିଆଇଏଫ୍‌)କୁ ଅନ୍ତିମ ରୂପ ଦେଇନାହାନ୍ତି। ଆଜିର ୩୪ତମ ଶୁଣାଣିରେ କୌଣସି ଅଗ୍ରଗତି ହୋଇନଥିବା ବେଳେ ମାମଲାର ବିଚାର ପ୍ରକ୍ରିୟା କେବେ ଠାରୁ ଆରମ୍ଭ ହେବ ସେ ନେଇ ଅନିଶ୍ଚିତତା ସୃଷ୍ଟିହୋଇଛି।

Leave A Reply

Your email address will not be published.