କଟକ (ଆମ ଟିଭି): ଶ୍ରୀ ଜଗନ୍ନାଥ ମନ୍ଦିର ନାଟମଣ୍ଡପ ମରାମତି କାମରେ ବିଳମ୍ବ ନେଇ ଭାରତୀୟ ପତ୍ନତତ୍ୱ ସର୍ବେକ୍ଷଣ ସଂସ୍ଥା ଏଏସ୍ଆଇ ଉପରେ କ୍ଷୁବ୍ଧ ହେଲେ ଉଚ୍ଚ ନାୟାଳୟ। ଏ ସଂକ୍ରାନ୍ତ ଏକ ମାମଲାର ଶୁଣାଣି କରି ହାଇକୋର୍ଟ କହିଛନ୍ତି, ୨୦୧୭ରୁ ଏଏସ୍ଆଇ କଣ କରୁଛନ୍ତ। ନାଟମଣ୍ଡପ ମରାମତି କାର୍ୟ୍ୟ ଏ ପର୍ୟ୍ୟନ୍ତ ସମ୍ପୂର୍ଣ୍ଣ ନ ହେବା ଅତ୍ୟନ୍ତ ଦୁଃଖର ବିଷୟ ବୋଲି କହିଛନ୍ତି ହାଇକୋର୍ଟ ।
ବିଭିନ୍ନ ବାହାନା ଦେଖାଇ ଏ ପ୍ରସଙ୍ଗ ମୁଲତବି ହୋଇ ଚାଲିଛି । ସେପଟେ ଏ ପ୍ରସଙ୍ଗ ମାଡ୍ରାସ୍ ଆଇଆଇଟିକୁ ସ୍ଥାନାନ୍ତର କରାଯାଇଛି । ଏଭଳି ଅବହେଳା ସେମାନଙ୍କ ପକ୍ଷରୁ ହୋଇଛି ବୋଲି ଦର୍ଶାଇଛି ଏଏସ୍ଆଇ। ୨୦୧୭ରେ ନାଟମଣ୍ଡପ ମରାମତି କାମ ଏଏସ୍ଆଇ ହାତକୁ ନେଇଥିବାବେଳେ ୪ମାସ ଭିତରେ କାର୍ୟ୍ୟ ଶେଷ ହେବ ବୋଲି ପ୍ରତିଶ୍ରୁତି ଦେଇଥିଲା । କେଉଁ ପରିସ୍ଥିତିରେ ଏବଂ କେଉଁଥି ପାଇଁ କାମ ସମ୍ପୂର୍ଣ୍ଣ ହୋଇ ନାହିଁ ବୋଲି ପ୍ରଶ୍ନ ଉଠାଇଛନ୍ତି ହାଇକୋର୍ଟ।