ହିଣ୍ଡେନବର୍ଗ ରିପୋର୍ଟ ମିଛ: ଗୌତମ ଆଦାନୀ

0

ନୂଆଦିଲ୍ଲୀ (ଆମ ଟିଭି): ଆଦାନି ଗ୍ରୁପ୍‌ର ମୁଖ୍ୟ ଗୌତମ ଆଦାନି ହିଣ୍ଡେନ୍‌ବର୍ଗ ରିପୋର୍ଟକୁ ମିଛ ବୋଲି କହିଛନ୍ତି। କଂପାନିର ବାର୍ଷିକ ସାଧାରଣ ବୈଠକରେ ଅଂଶଧନକାରୀମାନଙ୍କୁ ସମ୍ବୋଧିତ କରି ସେ କହିଛନ୍ତି ଯେ ଏହି ରିପୋର୍ଟ ପଛର ଉଦ୍ଦେଶ୍ୟ ଥିଲା ଗ୍ରୁପ୍‌ର ଭାବମୂର୍ତ୍ତିକୁ ନଷ୍ଟ କରି ସେଥିରୁ ଲାଭ ହାସଲ କରିବା। ରିପୋର୍ଟରେ କରାଯାଇଥିବା ସମସ୍ତ ଅଭିଯୋଗକୁ ଆମେ ଦୃଢ଼ ଭାବେ ଖଣ୍ଡନ କରିଥିଲୁ।

ସେମାନେ ଗଣମାଧ୍ୟମ ଓ ସୋସିଆଲ ମିଡିଆରେ ମିଛ ଗୁଜବ ପ୍ରଚାର କରିଥିଲେ। ଏହି ମାମଲାର ତଦନ୍ତ କରିବା ଲାଗି ସୁପ୍ରିମକୋର୍ଟ ଏକ ବିଶେଷଜ୍ଞ କମିଟି ଗଠନ କରିଥିଲେ। କମିଟିର ‌ରିପୋର୍ଟ ଚଳିତ ବର୍ଷ ମେ’ରେ ସାର୍ବଜନୀନ ହୋଇଥିଲା ଓ ଆମ ତରଫରୁ କୌଣସି ନିୟମର ଉଲ୍ଲଂଘନ ହୋଇନଥିବା କମିଟି ଜଣାଇଛି ବୋଲି ଆଦାନି କହିଛନ୍ତି। ଦ୍ରୁତ ଗତିରେ ଆଗକୁ ବଢ଼ୁଥିବା ଭାରତ ୨୦୫୦ ସୁଦ୍ଧା ବିଶ୍ବର ଦ୍ବିତୀୟ ବଡ଼ ଅର୍ଥନୀତିରେ ପରିଣତ ହେବ।

Leave A Reply

Your email address will not be published.