ନରେନ୍ଦ୍ର କୁମାରଙ୍କ କଣ୍ଠରେ ରିଲିଜ୍ ହେଲା କାଳିଆର ଭଜନ

0

ଭୁବନେଶ୍ଵର: କହ୍ନେଇଲାଲ ପ୍ରଡକ୍ସନ ଦ୍ବାରା ସୁନାମଧନ୍ୟ ଗାୟକ ନରେନ୍ଦ୍ର କୁମାର ଙ୍କ କଣ୍ଠ ରୁ କହ୍ନେଇଲାଲ ଙ୍କ ସଙ୍ଗୀତ ନିର୍ଦ୍ଦେଶନା ରେ ଏକ ସୁନ୍ଦର ଜଗନ୍ନାଥ ଭଜନ “ତୁମେ ଜଗନ୍ନାଥ ” ର ଭିଡିଓ ରିଲିଜ୍ ହୋଇଯାଇଛି । ଏହି ଭିଡିଓ ରିଲିଜ୍ ସମୟରେ ମୁଖ୍ୟ ଅତିଥି ଭାବେ ପ୍ରଯୋଜକ , ପ୍ରଣୟ ଜେଠି , ବୁଲନ୍ ଭାଇ , ନିର୍ଦ୍ଦେଶକ ବାବୁ ବାବୁ ସମେତ ଗୀତ ଟିର ଅଭିନୟ କରିଥିବା ନାୟକ କହ୍ନେଇଲାଲ, ନିର୍ଦ୍ଦେଶକ ସୌମ୍ୟ ଓ ଅନ୍ୟାନ୍ୟ କଳାକାର ମାନେ ଉପସ୍ଥିତ ଥିଲେ ।

ସେହିପରି ଗୀତ ଟି ଶ୍ରୀକ୍ଷେତ୍ର ଧାମ ପୁରୀ ରେ ସୁଟିଂ କରାଯାଇଅଛି । କହ୍ନେଇଲାଲ ଙ୍କ ସୁନ୍ଦର ଅଭିନୟ ଜଗନ୍ନାଥ ପ୍ରେମୀମାନଙ୍କ ହୃଦୟ କୁ ବେସ୍ ଛୁଇଁବ ବୋଲି ଅତିଥି ମାନେ ପରିପ୍ରକାଶ କରିଛନ୍ତି । ତା ସହ ଆଗାମୀ ଦିନରେ ବାବୁ ବାବୁ ଙ୍କ ନିର୍ଦ୍ଦେଶନାରେ ଏହି କହ୍ନେଇଲାଲ ପ୍ରଡକ୍ସନ ରେ ଦୁଇଟି ଗୀତ ଆସିବ ବୋଲି କୁହାଯାଇଅଛି । ଏଣୁ ଦିନକୁ ଦିନ ଭଜନ ର ଚାହିଦା କମୁଛି ହେଲେ ୟୁଟ୍ୟୁବରେ ଏହାର ଚାହିଦା ଏବେ ବେସ୍ ବଢିବାରେ ଲାଗିଛି । ସେଥିପାଇଁ କହ୍ନେଇଲାଲ ପ୍ରଡକ୍ସନ କେବଳ ଭଜନ ଏହି ଚ୍ୟାନେଲ ରେ ରିଲିଜ୍ କରିବେ ବୋଲି ମତପ୍ରକାଶ କରିଛନ୍ତି ।

Leave A Reply

Your email address will not be published.