ମୋଦୀ ଆସିବେ ବୋଲି… ରାତାରାତି ବଦଳିଗଲା ହସ୍ପିଟାଲର ଚିତ୍ର
ନୂଆଦିଲ୍ଲୀ (ଆମ ଟିଭି): ଗୁଜୁରାଟରେ ଘଟିଯାିଛି ଏକ ମର୍ମନ୍ତୁଦ ପୋଲ ଦୁର୍ଘଟଣା । ବର୍ତ୍ତମାନ ସୁଦ୍ଧେ ୧୪୧ରୁ ଅଧିକ ଲୋକଙ୍କ ମୃତ୍ୟୁ ଖବର ଆସି ପହଞ୍ଚୁଛି । ଏହାସହ ଆଜି ହସ୍ପିଟାଲ୍ରେ ଚିକିତ୍ସଧୀନ ଥିବା ଆହତଙ୍କୁ ଦେଖିବାକୁ ପହଞ୍ଚିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ଏ ନେଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉଦ୍ଦେଶ୍ୟରେ ଏକ ଟ୍ବିଟ୍ ପୋଷ୍ଟ୍ କରିଛି ଆମ୍ ଆଦମୀ ପାର୍ଟି।
ଆପ୍ ଟ୍ବିଟ୍ରେ ଏକ ଭିଡିଓ ପୋଷ୍ଟ୍ କରିଛି। ଭିଡିଓରେ ମୋର୍ବୀ ସିଭିଲ୍ ହସ୍ପିଟାଲ୍ର ଘର ରଂଗ କାମ ହେଉଥିବା ଦେଖିବାକୁ ମିଳିଛି। ଭଡିଓଟିକୁ ପୋଷ୍ଟ୍ କରାଯିବା ସହ ସେଥିରେ କ୍ୟାପ୍ସନ୍ ଦିଆଯାଇଛି, ‘ରାତାରାତି ମୋର୍ବୀ ସିଭିଲ୍ ହସ୍ପିଟାଲ୍ର ରଂଗ କାମ କରାଯାଉଛି, ଯେପରି ପ୍ରଧାନମନ୍ତ୍ରୀଙ୍କ ଫଟୋସୁଟ୍ରେ ଏହି ପୁରୁଣା କାନ୍ଥର ଗୁମର ଫିଟିନଯିବ। ୧୪୧ ଜଣଙ୍କ ମୃତ୍ୟୁ ହୋଇ ସାରିଲାଣି। ସହ ସହ ଲୋକ ଏବେ ବି ନିଖୋଜ ଅଛନ୍ତି। ଅସଲ ଦୋଷୀ ବିରୋଧରେ କୌଣସି କାର୍ୟ୍ୟାନୁଷ୍ଠାନ ହୋଇନି। ହେଲେ ଭାଜପାର ଆଗ ଫଟୋସୁଟ୍ ଚିନ୍ତା।’ କଂଗ୍ରେସ ବି କିଛିଟା ଫଟୋ ସେୟାର କରିଛି ଟ୍ବିଟର୍ରେ। ଫଟୋ ସେୟାର କରି ଏପରି କାର୍ୟ୍ୟକୁ ନିନ୍ଦା କରିିଛି। ଲୋକ ମରୁଥିବା ବେଳେ ବିଜେପି ଉତ୍ସବ ମନାଇବା ଦିଗରେ ଧ୍ୟାନ କିପରି ଦେଉଛି, ଟିକେ ଲାଜ ଲାଗିବା କଥା ବୋଲି କହି ଟ୍ବିଟ୍ କରିଛି କଂଗ୍ରେସ।