ପୁଣି ଆରମ୍ଭ ହେବ ଭାରତ ଯୋଡୋ ଯାତ୍ରା

0

ନୂଆଦିଲ୍ଲୀ,: ମଧ୍ୟପ୍ରଦେଶ, ଛତିଶଗଡ, ରାଜସ୍ଥାନ, ତେଲଙ୍ଗାନା ଏବଂ ମିଜୋରାମରେ ହେବାକୁ ଥିବା ବିଧାନସଭା ନିର୍ବାଚନ ଏବଂ ଆସନ୍ତା ବର୍ଷ ୨୦୨୪ରେ ଲୋକ ସଭା ନିର୍ବାଚନରେ ଜିତିବାକୁ କଂଗ୍ରେସ ଚେଷ୍ଟା କରୁଛି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏଥିପାଇଁ ଭାରତ ଯୋଡୋ ଯାତ୍ରା ଆରମ୍ଭ କରିଥିଲେ ଏବଂ କର୍ନାଟକ ନିର୍ବାଚନରେ ଦଳ ଏହାର ଲାଭ ପାଇଛି। ଏବେ ଖବର ଆସିଛି ଯେ ରାହୁଲ ଗାନ୍ଧୀ ଖୁବ୍‌ଶୀଘ୍ର ଭାରତ ଯୋଡୋ ଯାତ୍ରାର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରିପାରନ୍ତି।

କଂଗ୍ରେସ ସୂତ୍ର ଅନୁଯାୟୀ, ବିଧାନସଭା ନିର୍ବାଚନ ପରେ ରାହୁଲ ଗାନ୍ଧୀ ତାଙ୍କର ଭାରତ ଯୋଡୋ ଯାତ୍ରାର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ କରିପାରନ୍ତି। ସୂଚନାନୁସାରେ, ଡିସେମ୍ବରରୁ ଫେବୃୟାରୀ ମଧ୍ୟରେ ଭାରତ ଯୋଡୋ ଯାତ୍ରାର ଦ୍ୱିତୀୟ ପର୍ଯ୍ୟାୟ ଆୟୋଜନ କରାଯାଇପାରେ। ଏହାପୂର୍ବରୁ ମଧ୍ୟପ୍ରଦେଶରେ ହେବାକୁ ଥିବା ବିଧାନସଭା ନନିର୍ବାଚନକୁ ଦୃଷ୍ଟିରେ ରଖି ରାହୁଲ ଗାନ୍ଧୀ ୧୩ ନଭେମ୍ବରରେ ଭୋପାଳରେ ଏକ ପଦଯାତ୍ରା କରିବେ। ବର୍ତ୍ତମାନ ରାହୁଲ ଗାନ୍ଧୀ ତିନି ଦିନିଆ ଗସ୍ତରେ ଉତ୍ତରାଖଣ୍ଡରେ ଅଛନ୍ତି ଯେଉଁଠାରେ ସେ ବାବା କେଦାରନାଥ ପରିଦର୍ଶନ କରିଛନ୍ତି।

Leave A Reply

Your email address will not be published.