ନୂଆଦିଲ୍ଲୀ (ଆମ ଟିଭି): ରଦ୍ଦ ହେଲା ଭାରତୀୟ କୁସ୍ତି ମହାସଂଘ । ଭାରତୀୟ କୁସ୍ତି ମହାସଂଘ ଉପରେ ବଡ଼ କାର୍ଯ୍ୟାନୁଷ୍ଠାନ । କୁସ୍ତି ମହାସଂଘର ନୂଆ କାର୍ଯ୍ୟକାରିଣୀକୁ ରଦ୍ଦ କରିଛି କ୍ରୀଡା ମନ୍ତ୍ରାଳୟ । ନବନିର୍ବାଚିତ ଅଧ୍ୟକ୍ଷ ସଂଜୟ ସିଂଙ୍କ ମାନ୍ୟତା ରଦ୍ଦ ହେବା ସହ ସଂଘର ସମସ୍ତ ସଦସ୍ୟ ମଧ୍ୟ ନିଲମ୍ବିତ ହୋଇଛନ୍ତି । ସଞ୍ଜୟ ସିଂଙ୍କ ସମସ୍ତ ନିଷ୍ପତ୍ତିି ଉପରେ ରୋକ ଲଗାଇଛି କ୍ରୀଡା ମନ୍ତ୍ରାଳୟ ।
ନିକଟରେ ହୋଇଥିବା କୁସ୍ତି ମହାସଂଘ ନିର୍ବାଚନରେ ବିଜେପି ସାଂସଦ ବ୍ରିଜଭୂଷଣ ସିଂଙ୍କ ଘନିଷ୍ଠ ସହଯୋଗୀ ସଞ୍ଜୟ ସିଂଙ୍କ ଅଧ୍ୟକ୍ଷ ଭାବେ ନିର୍ବାଚନ ହୋଇଥିଲେ । ଯାହାକୁ ବିରୋଧ କରିଥିଲ କୁସ୍ତିଯୋଦ୍ଧା । ଏପରିକି କୁସ୍ତି ଯୋଦ୍ଧା ସାକ୍ଷୀ ମଲ୍ଲିକ ଅବସର ଘୋଷଣା କରିଥିଲେ । ଏହାସହ କୁସ୍ତିଯୋଦ୍ଧା ବଜରଙ୍ଗ ପୁନିଆ ପଦ୍ମଶ୍ରୀ ଫେରାଇବା ଘୋଷଣା କରି ପ୍ରଧାନମନ୍ତ୍ରୀ ଆବାସ ସମ୍ମୁଖର ପଦ୍ମଶ୍ରୀ ରଖି ଏକ ଚିଠି ମଧ୍ୟ ଲେଖିଥିଲେ । ଏବେ ଏହି ପ୍ରସଙ୍ଗରେ ବଡ଼ ନିଷ୍ପତି ନେଇଛି କେନ୍ଦ୍ର କ୍ରୀଡା ମନ୍ତ୍ରାଳୟ । ଭାରତୀୟ କୁସ୍ତି ମହାସଂଘକୁ ରଦ୍ଦ କରିବା ସହ ସଂଘର ସମସ୍ତ ନିଷ୍ପତି ଉପରେ ରୋକ ଲଗାଇ ଦିଆଯାଇଛି ।