ଭୁବନେଶ୍ୱର(ଆମ ଟିଭି): ପ୍ରବାଦ ପୁରୁଷ ବିଜୁ ବାବୁଙ୍କ ଡାକୋଟା ବିମାନକୁ ନେଇ ଏବେ ସବୁଠି ଚର୍ଚ୍ଚା । ଏହାରି ଭିତରେ ଖବର ମିଳିଛି, ତିନି ଦିନିଆ ଓଡ଼ିଶା ଗସ୍ତରେ ଇଣ୍ଡୋନେସିଆ ରାଷ୍ଟ୍ରଦୂତ ଇନା ହାନିଂ ଟାସ୍ କ୍ରିଷ୍ଣାମୂର୍ତ୍ତି। ତାଙ୍କ ସହ ଆସୁଛନ୍ତି କୋଲାକାତାରେ ଅବସ୍ଥାପିତ ଇଣ୍ଡୋନେସିଆ କନସୁଲ୍ ମହେଶ ଶର୍ମା ଓ ରାଷ୍ଟ୍ରଦୂତ କାର୍ୟ୍ୟାଳୟର ଦୁଇଜଣ ଅଧିକାରୀ । ଇଣ୍ଡୋନେସିଆ ରାଷ୍ଟ୍ରଦୂତ ଇନା ହାନିଂ ଟାସ୍ କ୍ରିଷ୍ଣାମୂର୍ତ୍ତିଙ୍କ ସମେତ ୪ ଜଣ ଅତିଥି ଆଜି ରାତି ୮ଟାରେ ଭୁବନେଶ୍ବର ପହଞ୍ଚିବା କାର୍ୟ୍ୟକ୍ରମ ରହିଛି । ଆସନ୍ତାକାଲି ଅପରାହ୍ନ ସାଢ଼େ ୧ଟାରେ ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟିବେ ।
ଅପରାହ୍ନ ୩ଟା ୩୦ରେ ଇଣ୍ଡୋନେସିଆ ରାଷ୍ଟ୍ରଦୂତ ଓ କନସୁଲ୍ ମୁଖ୍ୟଶାସନ ସଚିବ ପ୍ରଦୀପ ଜେନାଙ୍କ ସହ ଲୋକସେବା ଭବନରେ ଭେଟିବା ପାଇଁ ସମୟ ଧାର୍ୟ୍ୟ କରାଯାଇଛି । ପରେ ଅପରାହ୍ନ ୪ଟାରୁ ସନ୍ଧ୍ୟା ୬ଟା ପର୍ୟ୍ୟନ୍ତ ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦର ଗସ୍ତ କରି ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ବିମାନ ଡାକୋଟା ପରିଦର୍ଶନରେ ଯିବେ ।