୧ରୁ ଖୋଲିବ ଭିତରକନିକା

0

ପ୍ରକୃତିର ଗନ୍ତାଘର ଭିତରକନିକା ଜାତୀୟ ଉଦ୍ୟାନ ଅଗଷ୍ଟ ୧ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ। ଏହା ମଧ୍ୟରେ ନୂଆକରି ସ୍କାଏ ଓ୍ବାକ୍‌ ବ୍ରିଜ୍‌ ନିର୍ମାଣ କରାଯାଇଛି, ଯାହାକି ପର୍ଯ୍ୟଟକମାନଙ୍କ ପାଇଁ ମୁଖ୍ୟ ଆକର୍ଷଣ ପାଲଟିବ। ମେ ୧ରୁ ଜୁଲାଇ ୩୧ ଯାଏ ବଉଳା କୁମ୍ଭୀର ପ୍ରଜନନ ପାଇଁ ଭିତରକନିକା ପର୍ଯ୍ୟଟକଙ୍କ ଲାଗି ବନ୍ଦ ରହିଛି। ଅଗଷ୍ଟ ୧ରୁ ପର୍ଯ୍ୟଟକମାନେ ନବନିର୍ମିତ ସ୍କାଏ ୱାକ୍‌ ବ୍ରିଜ୍‌ ମାଧ୍ୟମରେ ପ୍ରକୃତିର ବୈଭବ, ରଙ୍ଗ ବେରଙ୍ଗର ପକ୍ଷୀଙ୍କ କାକଳି ସହିତ ଜୀବଜନ୍ତୁଙ୍କୁ ଦେଖିବାର ସୁଯୋଗ ପାଇବେ। ମ୍ୟାନଗ୍ରୋଭ ମେଟା ନର୍ସରୀ ନିକଟରୁ ଆରମ୍ଭ ହୋଇଥିବା ଏହି ସ୍କାଏ ୱାକ୍‌ ବ୍ରିଜ୍‌ ଅଧିକ ସଂଖ୍ୟାରେ ହରିଣ ଭିଡ ଜମାଉଥିବା ପଡିଆ ଯାଏ ଲମ୍ବିଛି।

Leave A Reply

Your email address will not be published.