ଜାତିସଙ୍ଘର ସୁରକ୍ଷା ପରିଷଦ ବୈଠକରେ ଉଠିଲା କାଶ୍ମୀର ପ୍ରସଙ୍ଗ

0

ନୂଆଦିଲ୍ଲୀ(ଆମ ଟିଭି): ପୁଣି ମିଳିତ ଜାତିସଂଘରେ ଉଠିଲା କାଶ୍ମୀର ପ୍ରସଙ୍ଗ । କାଶ୍ମୀର ପ୍ରସଙ୍ଗକୁ ନେଇ ପାକିସ୍ତାନକୁ ଟାର୍ଗେଟ କରିଛି ଭାରତ । କଶ୍ମୀର ପ୍ରସଙ୍ଗ ଉଠାଇ ଭାରତକୁ ବ୍ୟାକଫୁଟକୁ ଠେଲିବାକୁ ଚେଷ୍ଟା କରୁଥିବା ପାକିସ୍ତାନ କିନ୍ତୁ କାଉଣ୍ଟର ଆଟାକରେ ଦୋହଲି ଯାଇଛି। ପାକିସ୍ତାନ ଉଠାଇଥିବା କଶ୍ମୀର ପ୍ରସଙ୍ଗର ଜବାବ ଭାରତ ଅଲକାଏଦା ଆତଙ୍କବାଦୀ ଓସାମା ବିନ୍ ଲାଡେନ କଥା କହି ଦେଇଛି। ଯେଉଁ ଦେଶ ଲାଡେନ ଭଳି କୁଖ୍ୟାତ ଆତଙ୍କବାଦୀକୁ ଆଶ୍ରୟ ଦେଇଥିଲା ଓ ତା’ର ପଡ଼ୋଶୀ ଦେଶର ସଂସଦ ଉପରେ ହମଲା କରିଥିଲା, ସେଭଳି ଦେଶ ମିଳିତ ଜାତିସଂଘକୁ ଉପଦେଶ ଦେଉଛି। ଉକ୍ତ ଦେଶର ଏପରି ଉପଦେଶ ଦେବାର କୌଣସି ଅଧିକାର ନାହିଁ ବୋଲି ଭାରତ କହିଛି।

ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ କହିଛନ୍ତି, “ମହାମାରୀ, ଜଳବାୟୁ ପରିବର୍ତ୍ତନ, ସଂଘର୍ଷ ଓ ଆତଙ୍କବାଦ ଭଳି ଚ୍ୟାଲେଞ୍ଜର ମୁକାବିଲା କରିବା ଦିଗରେ ନିଆଯାଉଥିବା ପଦକ୍ଷେପ ଉପରେ ମିଳିତ ଜାତିସଂଘର ବିଶ୍ୱସନୀୟତା ନିର୍ଭର କରୁଛି।” ମିଳିତ ଜାତିସଂଘ ସୁରକ୍ଷା ପରିଷଦରେ ଅନ୍ତର୍ଜାତୀୟ ଶାନ୍ତି ଓ ସୁରକ୍ଷା ପାଇଁ ନୂଆ ଦିଗ ଉପରେ ହେଉଥିବା ବିତର୍କରେ ଏସ ଜୟଶଙ୍କର ଅଧ୍ୟକ୍ଷତା କରିଛନ୍ତି।

Leave A Reply

Your email address will not be published.