ପୁଣି ବିଧାନସଭାରେ ଉଠିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗ

0

ଭୁବନେଶ୍ବର (ଆମ ଟିଭି): ବିଧାନସଭାରେ ଉଠିଲା ଶ୍ରୀମନ୍ଦିର ରତ୍ନଭଣ୍ଡାର ପ୍ରସଙ୍ଗ। ପୁରୀ ରତ୍ନଭଣ୍ଡାରରେ କେତେ ପରିମାଣର ସୁନା, ରୂପା, ହୀରା ଓ ଅଳଙ୍କାର ରହିଛି? ଏହାର ସୁମାରି କରିବାକୁ ସରକାରଙ୍କ ନିକଟରେ କୌଣସି ପ୍ରସ୍ତାବ ଅଛି କି? ବୋଲି ପ୍ରଶ୍ନ ଉଠାଇଥିଲେ ବିଧାୟକ ମୋହନ ମାଝୀ । ଉତ୍ତରରେ ମନ୍ତ୍ରୀ ଜଗନ୍ନାଥ ସାରକା ଏ ବାବଦରେ ସ୍ପଷ୍ଟ କରିଛନ୍ତି । ମନ୍ତ୍ରୀ କହିଛନ୍ତି ରଘୁବୀର ଦାଶ କମିଶନଙ୍କ ରିପୋର୍ଟକୁ ଅପେକ୍ଷା। ରିପୋର୍ଟ ମିଳିବା ପରେ କମିଶନଙ୍କ ସୁପାରିସ ଅନୁସାରେ ପଦକ୍ଷେପ ନିଆଯିବ। ରତ୍ନଭଣ୍ଡାର ଚାବି ଖୋଲି ସେଥିରେ କେତେ ପରିମାଣର ସୁନା, ରୂପା,ହୀରା ଓ ଅନ୍ୟାନ୍ୟ ରତ୍ନାଦି ରହିଛି ତାହା ସୁମାରି କରିବାକୁ ପ୍ରସ୍ତାବ ଆସିଲେ ଅନୁଧ୍ୟାନ କରି ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯିବ । ସେହିଭଳି ମହାପ୍ରଭୁଙ୍କ ନାଁରେ ଓଡ଼ିଶାର ୨୪ଟି ଜିଲ୍ଲାରେ ମୋଟ ୬୦,୪୨୬.୯୪୩ ଏକର ଜମି ରହିଛି । ଯାହା ମଧ୍ୟରୁ ୩୪୩.୬୫୬ ଏକର ଜମି ବିକ୍ରୟ କରାଯାଇଥିବା ବେଳେ ୭୬୫.୫୦୫୫ ଏକର ଜମି ବିଭିନ୍ନ ପ୍ରକଳ୍ପ ପାଇଁ ଭୂ-ଅଧିଗ୍ରହଣ ହୋଇଛି । ଆଉ ଏଥିରୁ ମିଳିଥିବା ଅର୍ଥ ଶ୍ରୀମନ୍ଦିର ପାଣ୍ଠିରେ ଜମା କରାଯାଇଛି ।

ଏହାବାଦ୍ ରାଜ୍ୟ ମଧ୍ୟରେ ଥିବା ଜମିଜମାରୁ ରାଜଭାଗ, ଖଣି, ତୋଟାବଗିଚା ଓ ଖମାରରୁ ୨୦୨୧-୨୨ ଆର୍ଥିକ ବର୍ଷରେ ମୋଟ ୬୧,୭୩,୭୫,୪୯୭ ଟଙ୍କା ଆୟ ହୋଇଛି । ଓଡ଼ିଶା ବାହାରେ ଥିବା ଜମିଜମାରୁ ୧୧,୩୬୫ ଟଙ୍କା ରାଜଭାଗ ବାବଦକୁ ଆଦାୟ ହୋଇ ଶ୍ରୀମନ୍ଦିର ପାଣ୍ଠିରେ ଜମା ହୋଇଛି ।

Leave A Reply

Your email address will not be published.