ବିଧାନସଭାରେ ଉଠିଲା ସୋନିଆଙ୍କୁ ଇଡିର ସମନ ପ୍ରସଙ୍ଗ, କଂଗ୍ରେସ ଓ ବିଜେପି ବିଧାୟକ ମୁହାଁମୁହିଁ
ଭୁବନେଶ୍ବର (ଆମ ଟିଭି):ବିଧାନସଭାରେ ଉଠିଲା ସୋନିଆଙ୍କୁ ଇଡିର ସମନ ପ୍ରସଙ୍ଗ। ଏହାକୁ ନେଇ କଂଗ୍ରେସ ଓ ବିଜେପି ବିଧାୟକ ମୁହାଁମୁହିଁ ହୋଇଛନ୍ତି। ଗୃହର ମଧ୍ୟ ଭାଗକୁ ଆସି ଉଭୟ ଦଳର ବିଧାୟକଙ୍କ ହଟ୍ଟଗୋଳ । ବିଧାନସଭା ବାହାର ପ୍ରସଙ୍ଗ କହିଲେ ବିରୋଧୀ ଦଳର ଉପନେତା । ମୁଲତବୀ ଆଲୋଚନା ଦାବି କଲେ ବିରୋଧୀ ଦଳର ସଚେତକ । ହଟ୍ଟଗୋଳ ପାଇଁ ଗୃହ ୪ଟା ଯାଏଁ ମୁଲତବୀ । ସେପଟେ ଭୁବନେଶ୍ୱର କଂଗ୍ରେସ ଭବନରୁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ନେତୃତ୍ୱରେ ଏକ ବିଶାଳ ରାଲି ଇଡି ଅଫିସ ଅଭିମୁଖେ ବାହାରିଛି । ସୋନିଆଙ୍କୁ ଜେରା ପ୍ରତିବାଦରେ ପ୍ରବର୍ତନ ନିର୍ଦ୍ଦେଶାଳୟ ଘେରାଉ କରିବେ କଂଗ୍ରେସ କର୍ମକର୍ତ୍ତା ।
ରାଜନୈତିକ ଆକ୍ରୋଶ ରଖି ସୋନିଆ ଗାନ୍ଧୀଙ୍କୁ ହଇରାଣ କରାଯାଉଥିବା ଅଭିଯୋଗ ଆଣିଛି କଂଗ୍ରେସ । ବିରୋଧୀଙ୍କ ସ୍ୱରକୁ ଚପେଇ ଦେବା ପାଇଁ କେନ୍ଦ୍ର ସରକାର ଜାତୀୟ ସଂସ୍ଥାଗୁଡିକର ଅପବ୍ୟବହାର କରୁଥିବା ଅଭିଯୋଗ ହୋଇଛି ।