କାଳୀ ଫିଲ୍ମ ମେକରଙ୍କୁ ମିଳିଲା ଆଶ୍ୱସ୍ତି
ନୂଆଦିଲ୍ଲୀ: ଆଜିକାଲି ବଲିଉଡ ଫିଲ୍ମ ଓ ଓଟିଟି ସିରିଜକୁ ନେଇ ବିବାଦ ଉପୁଜିବା ସାଧାରଣ କଥା ପାଲଟିଗଲାଣି। କେତେବେଳେ ଫିଲ୍ମର ଟାଇଟଲକୁ ନେଇ ତ ଆଉ କେତେବେଳେ ଫିଲ୍ମର କୌଣସି ଦୃଶ୍ୟକୁ ନେଇ ବିବାଦ ଉପୁଜିଥାଏ। ବେଳେ ବେଳେ ପୋଷାକକୁ ନେଇ ମଧ୍ୟ ହଙ୍ଗାମା ହୁଏ। ଗତବର୍ଷ ଡକୁମେଣ୍ଟାରୀ ଫିଲ୍ମ ‘କାଳୀ’ର ପୋଷ୍ଟରକୁ ନେଇ ସାରା ଦେଶରେ ବିବାଦ ଲାଗି ରହିଥିଲା। ଏପରିକି ଏହି ମାମଲା ଥାନାରେ ପହଞ୍ଚିଥିଲା। ଫିଲ୍ମ ମେକର୍ଙ୍କୁ ଗିରଫ କରିବା ପାଇଁ ମଧ୍ୟ ଦାବି ହୋଇଥିଲା। ଏବେ ଏହି ମାମଲାରେ ଫିଲ୍ମ ମେକର୍ଙ୍କୁ ସୁପ୍ରିମକୋର୍ଟରୁ ଆଶ୍ୱସ୍ତି ମିଳିଛି।
ଗତବର୍ଷ ଡକୁମେଣ୍ଟାରୀ ଫିଲ୍ମ ‘କାଳୀ’ ରିଲିଜ ହୋଇଥିଲା। ଏହି ଫିଲ୍ମର ପୋଷ୍ଟର୍ରେ ହିନ୍ଦୁ ଦେବୀ କାଳୀଙ୍କୁ କଦର୍ଥ କରି ପ୍ରଦର୍ଶିତ କରାଯାଇଥିଲା। ଏଥିରେ ଦେବୀ କାଳୀଙ୍କ ବେଶରେ ଜଣେ ମହିଳା ସିଗାରେଟ୍ ଟାଣୁଥିବା ଦେଖିବାକୁ ମିଳିଥିଲା। ଏହାକୁ ନେଇ ସାରା ଦେଶରେ ହଙ୍ଗାମା ଆରମ୍ଭ ହୋଇଥିଲା। ଫିଲ୍ମ ନିର୍ମାତା ଲୀନା ମଣିମେକାଲଇଙ୍କ ବିରୋଧରେ ବିଭିନ୍ନ ରାଜ୍ୟରେ ଏଫଆଇଆର୍ ରୁଜୁ କରାଯାଇଥିଲା। ତାଙ୍କୁ ଗିରଫ କରିବାକୁ ଦାବି ହୋଇଥିଲା। ଏବେ ଏହି ମାମଲରେ ସୁପ୍ରିମକୋର୍ଟ ତାଙ୍କୁ ସୁରକ୍ଷା ପ୍ରଦାନ କରିଛନ୍ତି।