ନୂଆଦିଲ୍ଲୀ (ଆମ ଟିଭି): ଦିଲ୍ଲୀରେ କେନ୍ଦ୍ର ଅଧ୍ୟାଦେଶ ବିରୁଦ୍ଧରେ ଏବେ ରାଜନୀତି ଜୋରଦାର ହୋଇଛି । ଦିଲ୍ଲୀରେ ସରକାରୀ ଅଧିକାରୀଙ୍କ ନିଯୁକ୍ତି ଓ ବଦଳି ଅଧିକାର ମାମଲାରେ କେଜ୍ରିୱାଲ ସରକାର ସୁପ୍ରିମକୋର୍ଟରେ ପହଂଚିଛନ୍ତି । ଦିଲ୍ଲୀ ସରକାରଙ୍କ ତରଫରୁ ଅଫିସର ନିଯୁକ୍ତି ଓ ବଦଳି ନେଇ କେନ୍ଦ୍ର ସରକାରଙ୍କ ତରଫରୁ ଅଣାଯାଇଥିବା ଅଧ୍ୟାଦେଶ ଆମ୍ ଆଦମୀ ପାର୍ଟି ସୁପ୍ରିମକୋର୍ଟରେ ଚ୍ୟାଲେଞ୍ଜ କରିଛନ୍ତି । ଦିଲ୍ଲୀରେ ଆମ୍ ଆଦମୀ ପାର୍ଟି ସରକାର କେନ୍ଦ୍ର ସରକାର ଆଣିଥିବା ଅଧ୍ୟାଦେଶକୁ ଅସାମ୍ବିଧାନିକ ବୋଲି କହିଛି ।
ଦିଲ୍ଲୀ ସରକାରଙ୍କ ତରଫରୁ ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିବା ଆବେଦନରେ କୁହାଯାଇଛି କି, କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ଉପରେ ତୁରନ୍ତ ପ୍ରତିବନ୍ଧକ ଲଗାଯାଉ । ଏହି ଅଧ୍ୟାଦେଶ ଅସାମ୍ବିଧାନିକ । ସୂଚନା ଥାଉକି ଦିଲ୍ଲୀ ସରକାରଙ୍କ ଅଧିନରେ ଥିବା ଅଧିକାରୀ ଓ ନିଯୁକ୍ତି କ୍ଷମତାକୁ ମେ ୧୯ ତାରିଖରେ କେନ୍ଦ୍ର ସରକାର ଏକ ଅଧ୍ୟାଦେଶ ଆଣି ଏହି କ୍ଷମତା ଉପ ରାଜ୍ୟପାଳଙ୍କ ହାତକୁ ଟେକି ଦେଇଥିଲେ ।