ଯାନ୍ତ୍ରିକ ତ୍ରୁଟି ଯୋଗୁଁ ସ୍ଥଗିତ ରହିଲା ନାସାର ଆର୍ଟେମିସ-୧ ଉତକ୍ଷେପଣ
ନୂଆଦିଲ୍ଲୀ (ଆମ ଟିଭି): ସ୍ଥଗିତ ରହିଲା ନାସାର ଆର୍ଟେମିସ-୧ ଉତକ୍ଷେପଣ । ଆମେରିକାର ସ୍ପେସ ଏଜେନ୍ସି ନାସା ଆର୍ଟେମିସ-୧ ଉତକ୍ଷେପଣକୁ ଶେଷ ମୂହୂର୍ତ୍ତରେ ସ୍ଥଗିତ କରିଛି । ନାସା ପକ୍ଷରୁ ଏ ବାବାଦରେ ଟ୍ୱିଟ କରି ସୂଚନା ଦିଆଯାଇଛି । ଟ୍ୱିଟରେ ନାସା କହିଛି, ‘ଇଞ୍ଜିନରେ ତ୍ରୁଟି ଯୋଗୁଁ ଆଜି ଆର୍ଟେମିସ ୧ର ଉତକ୍ଷେପଣ ହେବ ନାହିଁ । ସମସ୍ୟାକୁ ଦୂର କରିବା ପାଇଁ ଟିମ ଡାଟା ସଂଗ୍ରହ କରୁଛି। ପରବର୍ତ୍ତୀ ଉତକ୍ଷେପଣ ପ୍ରୟାସର ସମୟ ବାବଦରେ ସୂଚନା ଦିଆଯିବ’। ନାସାର ଏହି ଶକ୍ତିଶାଳୀ ରକେଟକୁ ଫ୍ଲୋରିଡା ସ୍ଥିତ କେନେଡି ସ୍ପେସ ସେଣ୍ଟରରୁ ଲଞ୍ଚ କରାଯିବାର ଥିଲା।
The launch of #Artemis I is no longer happening today as teams work through an issue with an engine bleed. Teams will continue to gather data, and we will keep you posted on the timing of the next launch attempt. https://t.co/tQ0lp6Ruhv pic.twitter.com/u6Uiim2mom
— NASA (@NASA) August 29, 2022
ସୋମବାର ଭାରତୀୟ ସମୟ ଅନୁସାରେ ସଂଧ୍ୟା ସାଢେ ଛଅଟା ସମୟରେ ଅର୍ଟେମିସ ୧ ଅଧିନରେ ସ୍ପେସ ଲଞ୍ଚ ସିଷ୍ଟମ ରକେଟ୍ ଏବଂ ଅରିୟନ କ୍ରୁ କ୍ୟାପସୁଲର ପ୍ରଥମ ଟେଷ୍ଟ ଫ୍ଲାଇଟ ହେବାର ଥିଲା । ୩୨୨ ଫୁଟ୍ ଲମ୍ୱ ଏହି ରକେଟ ନାସା ଦ୍ୱାରା ନିର୍ମାଣ କରାଯାଇଥିବା ସବୁଠୁ ଶକ୍ତିଶାଳୀ ରକେଟ। ଏହି ରକେଟ ସାହାଯ୍ୟରେ ପ୍ରାୟ ୪୨ ଦିନର ମିଶନରେ ବିନା ଚାଳକ ଦଳରେ ଅରିୟନ ସ୍ପେସକ୍ରାଫ୍ଟକୁ ଲଞ୍ଚ କରିବାର ଯୋଜନା ଥିଲା ।