ବିଧାନସଭା ଅଧିବେଶନ ପୂର୍ବରୁ ବଦଳିବେ ବିରୋଧୀ ଦଳ ନେତା
ଭୁବନେଶ୍ଵର(ଆମ ଟିଭି) : ବିଧାନସଭା ଅଧିବେଶନ ପୂର୍ବରୁ ବଦଳିବେ ବିରୋଧୀ ଦଳ ନେତା। ଏନେଇ ବିଜେପି ଦଳର ବିଧାୟକମାନେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କ ସହ ରାଜ୍ୟ ସଭାପତିଙ୍କୁ ପ୍ରସ୍ତାବ ଦେଇଛନ୍ତି। ବିଧାୟକ କୁସୁମ ଟେଟେ ଏନେଇ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ରାଜ୍ୟରେ ବିରୋଧୀ ଦଳରେ ଅଛୁ। ବିରୋଧୀ ଦଳ ନେତା ଅସୁସ୍ଥ ଥିବାରୁ ଗୃହରେ ସଠିକ୍ ପ୍ରସଙ୍ଗ ଉଠାଇପାରୁନୁ। ତେଣୁ ବିଧାନସଭା ଅଧିବେଶନ ପୂର୍ବରୁ ବିରୋଧୀ ଦଳ ନେତା ଭାବେ ଆଉ ଜଣେ ନୂଆ ଚୟନ ହୋଇପାରନ୍ତି।