ଓଡିଆ ସାହିତ୍ୟ ର ଶ୍ରେଷ୍ଠ ସାଧକ ମାନଙ୍କ ଜୀବନ କାହାଣୀ ଏବେ ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କା ରେ.

0

ଏପ୍ରିଲ ୧ ଉତ୍କଳ ଦିବସରେ ପ୍ରସାରଣ ହେବାକୁ ଯାଉଛି କଞ୍ଚାଲଙ୍କା ଓଟିଟି ପ୍ଲାଟଫର୍ମ ରେ ନୂଆ କ୍ଷୁଦ୍ର ଚଳଚ୍ଚିତ୍ର ବନ୍ଦେ ଉତ୍କଳ ଜନନୀ । ଓଡ଼ିଆ ସାହିତ୍ୟର ସର୍ବକାଳୀନ ଶ୍ରେଷ୍ଠ ସାଧକ ମାନଙ୍କୁ ନେଇ ଏବେ ଗବେଶଣାତ୍ମକ ଜୀବନ କାହାଣୀକୁ ପ୍ରଥମଥର ପାଇଁ ଓଟିଟି ପ୍ଲାଟଫର୍ମ ରେ ପ୍ରସାରଣ କରିବାପାଇଁ ଏକ ଅଭିନବ ପ୍ରୟାସ କରିଛି ଓଡିଶାର ସର୍ବାଧିକ ଆଦୃତ ଓ ଟିଟି ପ୍ଲାଟଫର୍ମ କଞ୍ଚାଲଙ୍କା!

ପଞ୍ଚସଖା ଯୁଗରୁ ଆଜିର ଆଧୁନିକ ଓଡ଼ିଆ ସାହିତ୍ୟ ପର୍ଯ୍ୟନ୍ତ ଏମିତି କିଛି ଲୋକପ୍ରିୟ ସାହିତ୍ୟକ, କବି,ଲେଖକଙ୍କ ଆତ୍ମଜୀବନୀ କୁ ପରଦାରେ ଦେଖିବା ପାଇଁ ବେଶ୍ କଶ ସରତ୍ କରିବାକୁ ପଡିଛି! ବିଶ୍ଵର କୋଣ ଅନୁକୋଣ ରେ ଥିବା ଆମ ଦର୍ଶକ ମାନେ ଆମ ଓଡିଆ ସାହିତ୍ୟର ଏହି ମହାରଥୀ ଯଥା ଓଡିଆ ଭାଗବତର ରଚୟିତା ଅତିବଡି ଜଗନ୍ନାଥ ଦାଶ ,କବି ସମ୍ରାଟ ଉପେନ୍ଦ୍ର ଭଞ ,ବ୍ୟାସକବି ଫକୀରମୋହନ ସେନାପତି, ସ୍ୱାଭାବ କବି ଗଙ୍ଗାଧର ମେହେର ଏବଂ ଔପନ୍ୟାସିକ ଗୋପୀନାଥ ମହାନ୍ତିଙ୍କ ଆମଜୀବନୀ ଦେଖିପାରିବେ !ଯାହାର ପ୍ରଯୋଜନା କରିଛନ୍ତି ଅକ୍ଷୟ ପରିଜା ଓ ନିର୍ଦ୍ଦେଶନା ଦେଇଛନ୍ତି ଭିଶାଲ ମୋର୍ଯ୍ୟ ଦେବିପ୍ରସାଦ ଲେଙ୍କା ଆଉ ଚିତ୍ରନାଟ୍ୟ କରିଛନ୍ତି ହରପ୍ରସାଦ ଦାସ! ଓଡ଼ିଆ ସାହିତ୍ୟ ଓ ସଂସ୍କୃତିକୁ ଭଲ ପାଉଥିବା ଓଡ଼ିଆ ଦର୍ଶକ ଏହି ଅଭିନବ ପ୍ରୟାସକୁ ପସନ୍ଦ କରିବେ ବୋଲି ଓଟିଟି ପ୍ଲାଟଫର୍ମ କଞ୍ଚାଲଙ୍କା ର ଆଶା ଓ ଭରସା ।

Leave A Reply

Your email address will not be published.