ମହାପ୍ରଭୁଙ୍କ ହେବ ମହାସ୍ନାନ

0

ପୁରୀ : ମହାପ୍ରଭୁଙ୍କ ହେବ ମହାସ୍ନାନ । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ସହ ସେବାୟତଙ୍କ ଆଲୋଚନା ପରେ ଏନେଇ ନିଷ୍ପତି ନିଆଯାଇଛି । ମହାସ୍ନାନ ପରେ ହେବ ଅବକାଶ ଓ ଅନ୍ୟ ନୀତି । ବାସନ୍ଦ ସିଂହାରୀ ସେବାୟତଙ୍କୁ ନେଇ ଶ୍ରୀମନ୍ଦିରରେ ଦେଖାଦେଇଥିଲା ବିବାଦ । ଅନ୍ୟଜାତିରେ ବିବାହ କରିଥିବାରୁ ମହାପ୍ରଭୁଙ୍କ ସେବା ପୂଜାରୁ ସିଂହାରୀ ସେବାୟତ ସଂଘମିଶ୍ର ସିଂହାରୀଙ୍କୁ ବଂଚିତ କରାଯାଇଥିଲା । ଯାହା ପାଇଁ ନିଯୋଗ ପକ୍ଷରୁ ତାଙ୍କୁ ବାସନ୍ଦ କରାଯାଇଥିଲା ।

ହେଲେ ଆଜି ସକାଳୁ ସକାଳୁ ସିଂହାରୀ ସେବାୟତ ଯାଇ ମହାପ୍ରଭୁଙ୍କ ସେବା ପୂଜା କରିଥିଲେ । ଯାହାକୁ ବିରୋଧ କରିଥିଲେ ଅନ୍ୟ ସେବାୟତ । ଏହାକୁ ନେଇ ମହାପ୍ରଭୁଙ୍କ ନୀତିରେ ବିଳମ୍ବ ହୋଇଥିଲା । ଅନ୍ୟ ସେବାୟତ ସେବା ପୂଜା କରିବାକୁ ବାରଣ କରିଥିଲେ । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସେବାୟତଙ୍କ ସହ ଆଲୋଚନା କରିଥିଲେ । ସକାଳୁ ସକାଳୁ ମହାପ୍ରଭୁଙ୍କ ଦ୍ୱାର ଫିଟା, ଭିତର ଶୋଧ, ମଙ୍ଗଳ ଆଳତି, ରୋଷହୋମ, ମଇଲମ ନୀତି ହୋଇଥିଲା । ଏହା ପରଠାରୁ ନୀତି କାନ୍ତିରେ ବିଭ୍ରାଟ ଦେଖା ଦେଇଥିଲା ।

 

Leave A Reply

Your email address will not be published.