ଆସନ୍ତାକାଲି ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

0

ପୁରୀ (ଆମ ଟିଭି): ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ଆସନ୍ତାକାଲି ବସିବାକୁ ଯାଉଛି । ଯାହା ଉପରେ ସମସ୍ତଙ୍କର ନଜର ରହିଛି । ପୂର୍ବାହ୍ନ ୧୧ଟା ସମୟରେ ଶ୍ରୀମନ୍ଦିର ନୀଳାଦ୍ରି ଭକ୍ତ ନିବାସ ସଭାଗୃହରେ ଏହି ବୈଠକ ଅନୁଷ୍ଠିତ ହେବ । ଲଗାତର ଦୁଇଟି ବୈଠକ ବସିପାରିନଥିଲା । ଏବେ କିନ୍ତୁ ବୈଠକ ବସିବାକୁ ଯାଉଛି ।

ଶ୍ରୀଗୁଣ୍ଡିଚା ଯାତ୍ରା ପରେ ଶ୍ରୀମନ୍ଦିର ପରିଚାଳନା କମିଟିର ଏହା ପ୍ରଥମ ବୈଠକ ହୋଇଥିବାରୁ ବେଶ ଗୁରୁତ୍ୱ ବହନ କରୁଛି । ତେବେ ଏହି ବୈଠକରେ ୭ଟି ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗ ସ୍ଥାନ ପାଇଥିବା ବେଳେ ରତ୍ନଭଣ୍ଡାର ଖୋଲିବା, ଚାରିଦ୍ୱାର ଖୋଲିବା ଓ ବନକଲାଗି ବିଭ୍ରାଟ ପ୍ରସଙ୍ଗ ଏଜେଣ୍ଡାରେ ସ୍ଥାନ ଦିଆଯାଇନାହିଁ । ତେବେ ସାମ୍ପ୍ରତିକ ପରିସ୍ଥିତିରେ ଶ୍ରୀମନ୍ଦିର ଚାରିଦ୍ୱାର ଖୋଲିବା ଦାବି ଜୋର ଧରିବା ସହ ଅସୁରକ୍ଷିତ ରତ୍ନଭଣ୍ଡାର ଖୋଲି ମରାମତି କରିବାକୁ ଦାବି ରହିଛି ।

Leave A Reply

Your email address will not be published.