ରାୟଗଡ଼ା (ଆମ ଟିଭି): ମାଓ ସଂଗଠନ ପାଳନ କରୁଛି ସହିଦ୍ ସପ୍ତାହ । ଆଜିଠାରୁ ଅଗଷ୍ଟ ୩ ତାରିଖ ପର୍ୟ୍ୟନ୍ତ ମାଓ ସଂଗଠନ ପାଳନ କରୁଛି ସହିଦ ସପ୍ତାହ। ଏଥିପାଇଁ ଜିଲ୍ଲା ପୁଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଗ୍ରହଣ କରାଯାଇଛି। ବିଶେଷ କରି ଜିଲ୍ଲାର ନିୟମଗିରି, ମୁନିଗୁଡା ଓ ଚନ୍ଦ୍ରପୁର ବ୍ଲକରେ ମାଓବାଦୀମାନଙ୍କ ଦବଦବା ରହିଥିବା ବେଳେ ହିଂସାକାଣ୍ଡକୁ ଏଡାଇବା ପାଇଁ ପୁଲିସ ସଜାଗ ରହିଥିବା କୁହାଯାଇଛି । କାରଣ ଏହି ସପ୍ତାହରେ କୌଣସି ନା କୌଣସି ସ୍ଥାନରେ ନକ୍ସଲମାନେ ରକ୍ତମୁଖା ହୋଇ ହିଂସାକାଣ୍ଡ କରିଥାନ୍ତି।
ତେବେ ଏଥିପ୍ରତି ପୁଲିସ ନଜର ରଖିବା ସହ ସମସ୍ତ ଥାନାକୁ ହାଇଆଲର୍ଟ ଜାରି କରିଛି । ବିଶେଷ କରି ରାୟଗଡ଼ା ଜିଲ୍ଲାର ସୀମାନ୍ତ କଳାହାଣ୍ଡି, କନ୍ଧମାଳ, ଗଜପତି ଓ କୋରାପୁଟ ସୀମାନ୍ତରେ ସର୍ଚ ଅପରେସନକୁ ଜୋରଦାର କରାଯାଇଛି। ଏହାକୁ ଦୃଷ୍ଟିରେ ରଖି କିଛି ଜାଗାକୁ ବସ ଚଳାଚଳ ବନ୍ଦ ରହିଛି।