ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

0

ପୁରୀ (ଆମ ଟିଭି): ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ । ବୈଠକରେ ଉପସ୍ଥାପିତ ହେବ ଶ୍ରୀମନ୍ଦିର ରତ୍ନ ଭଣ୍ଡାର ବାହାର କାନ୍ଥ ଓ ଚୂଳ ଉପରେ ଲେଜର୍ ସ୍କାନିଂ ରିପୋର୍ଟ । ରିପୋର୍ଟ ନେଇ କମିଟିରେ ତର୍ଜମା ହେବା ପରେ ନିଷ୍ପତି ମୁତାବକ ପରବର୍ତ୍ତୀ ପଦକ୍ଷେପ ନିଆଯିବ ।

ସେହିପରି ଏହି ବୈଠକରେ ରଘୁନନ୍ଦନ ଲାଇବ୍ରେରୀ, ଶ୍ରୀଜଗନ୍ନାଥ ମନ୍ଦିରର ନୂତନ କାର୍ଯ୍ୟାଳୟ, ନାଟ ମଣ୍ଡପର ସଂରକ୍ଷଣ, ଶ୍ରୀନ୍ଦିର ଆଲୋକୀକରଣ, ଶ୍ରୀମନ୍ଦିରରେ ନୀତି ପରିଚାଳନା ଆଦି ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହେବ । ମୁଖ୍ୟତଃ ଶ୍ରୀମନ୍ଦିର ରତ୍ନଭଣ୍ଡାର ମରାମତି ଓ ଲେଜର୍ ସ୍କାନିଂ ନେଇ ଲାଗି ରହିଥିବା ସସପେନ୍ସ ବୈଠକରେ ଦୂରହେବା ନେଇ ଆଶା କରାଯାଉଛି ।

Leave A Reply

Your email address will not be published.