ଆଜି ଦିନ ୧ ଟାରେ ବାହାରିବ ମେଟ୍ରିକ୍ ଫଳ

0

କଟକ (ଆମ ଟିଭି): ଆଜି ଦିନ ୧ ଟା ରେ ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ। ମାଧ୍ୟମିକ ଶିକ୍ଷା ପରିଷଦର କଟକ ସ୍ଥିତ ମୁଖ୍ୟ କାର୍ଯ୍ୟାଳୟରେ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ଏହି ପରୀକ୍ଷା ଫଳ ପ୍ରକାଶନ କରିବେ। ଏହାପରେ ଦିନ ୨ ଟା ସୁଦ୍ଧା ପରୀକ୍ଷାର୍ଥୀ ମାନେ ୱେବସାଇଟ ଜରିଆରେ ନିଜ ନିଜର ପରୀକ୍ଷା ଫଳ ଦେଖି ପାରିବେ। ଏଥିପାଇଁ ବୋର୍ଡର ଦୁଇଟି ୱେବସାଇଟ www.bseodisha.ac.in ଓ www.bseodisha.nic.in କୁ ଲଗ ଅନ କଲେ ରେଜଲ୍ଟ ଜାଣି ହେବ।

ଏହା ବ୍ୟତୀତ ମୋବାଇଲରେ ଏସଏମଏସ କରି ମଧ୍ୟ ରେଜଲ୍ଟ ଦେଖିହେବ। ଏଥିପାଇଁ OR 10 ଲେଖି ସ୍ପେସ ଦେଇ ନିଜର ରୋଲ ନମ୍ବର ଲେଖିବେ ଏବଂ 5676750 କୁ ମେସେଜ ପଠାଇବେ।

Leave A Reply

Your email address will not be published.