ଫାଇଭ ଟାଉଟର କହି ବିଧାନସଭାରେ ଗର୍ଜନ କଲେ ମନ୍ତ୍ରୀ, ସମସ୍ତେ ତାଜୁବ

0

ଭୁବନେଶ୍ୱର (ଆମ ଟିଭି): ଗତକାଲି ବିଧାନସଭାରେ ଜୋରଦାର ହଙ୍ଗାମା କରିଥିଲେ ବିରୋଧୀ। ରାଜ୍ୟପାଳଙ୍କ ପୁଅଙ୍କ କଥା ଉଠାଇ ବିଜେଡି ସ କଂଗ୍ରେସ ଗୃହକୁ ଚଲାଇ ନ ଥିଲେ। ତେବେ ଏହାରି ଭିତରେ ଗୃହ ଭିତରୁ ‘ଫାଇଭ ଟାଉଟର’ ବୋଲି ଶୁଣିବାକୁ ମିଳିଥିଲା। ଶୁଣି ସମସ୍ତେ ଆଶ୍ଚର୍ଯ୍ୟ ମଧ୍ୟ ହୋଇଯାଇଥିଲେ। କାହିଁକି ଓ କାହା ଉଦ୍ଦେଶ୍ୟରେ ଏଭଳି କଥା ଉଠିଲା ତାକୁ ଜାଣିବାକୁ ସମସ୍ତେ ମନ୍ତ୍ରୀଙ୍କ ଆଡକୁ ଚାହିଁ ରହିଲେ।

ବିଧାନସଭା ବଜେଟ ଅଧିବେଶନର ସ୍ବାସ୍ଥ୍ୟ ମନ୍ତ୍ରୀ ମୁକେଶ ମହାଲିଙ୍ଗ ଫାଇଭ ଟାଉଟର କହି ଗୃହରେ ଗର୍ଜନ କରୁଛନ୍ତି। ବିଜେଡିକୁ ଟାର୍ଗେଟ କରି ଏଭଳି କହିଛନ୍ତି ମନ୍ତ୍ରୀ। ଗୃହରେ ନିଜ ବିବୃତ୍ତି ରଖୁଥିବାବେଳେ ଓଡ଼ିଶା ଅସ୍ମିତାକୁ ନେଇ ବିଜେଡି ଉପରେ ଖୁବ ବର୍ଷିଛନ୍ତି ମୁକେଶ ମହାଲିଙ୍ଗ।

ମନ୍ତ୍ରୀ କହିଛନ୍ତି, ଓଡ଼ିଶା ଅସ୍ମିତାକୁ ନେଇ ରାଜ୍ୟରେ ସରକାର ଗଠନ ହୋଇଛି। ତେଣୁ ବିରୋଧୀ ଦଳ ପାଖରେ ଓଡ଼ିଶା ଅସ୍ମିତା ଉପରେ ପ୍ରଶ୍ନ କରିବାର ନୈତିକ ଅଧିକାର ନାହିଁ। ଆଉ ଏତିକି ବେଳେ ମନ୍ତ୍ରୀଙ୍କ ମୁହଁରୁ ସେହି ଶବ୍ଦ ବାହାରିଥିଲା, ଯାହା ଖୁବ ଚର୍ଚ୍ଚା ସାଉଣ୍ଟିଥିଲା। ଓଡ଼ିଶା ଅସ୍ମିତା କଥା ଉଠାଇ ବିଜେଡିକୁ ପାଲଟା ପ୍ରଶ୍ନ କରିଥିଲେ ଯେ, ଯେତେବେଳେ ଫାଇଭ ଟାଉଟର ଶାସନ କରୁଥିଲେ, ସେତେବେଳେ ଓଡ଼ିଶା ଅସ୍ମିତା କୁଆଡେ ଗଲା। ଫାଇଭ ଟାଉଟର ଚୌକିରେ ବସୁଥିଲେ। ଆଉ ବିଜେଡି ବିଧାୟକ ଓ ମନ୍ତ୍ରୀ ଟେଣ୍ଟ ବାନ୍ଧୁଥିବା କଥା କହି ତେର୍ଚ୍ଛା ବାଣ ମାରିଥିଲେ ମନ୍ତ୍ରୀ ମୁକେଶ ମହାଲିଙ୍ଗ।

Leave A Reply

Your email address will not be published.