୮ ତାରିଖରେ ଏମାନଙ୍କ ଖାତାକୁ ଆସିବନି ଟଙ୍କା, ଜାଣନ୍ତୁ କାହିଁକି?
ଆସନ୍ତା ଫେବୃଆରୀ ୮ ତାରିଖରେ ସୁଭଦ୍ରା ଯୋଜନାର ଚତୁର୍ଥ ପର୍ଯ୍ୟାୟ ଟଙ୍କା ମହିଳାଙ୍କ ଖାତାକୁ ଆସିବ। ଏ ନେଇ ପୂର୍ବରୁ ଘୋଷଣା କରିସାରିଛନ୍ତି ଉପମୁଖ୍ୟମନ୍ତ୍ରୀ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା କହିଛନ୍ତି, ବାକିଥିବା ଇ-କେୱାଇସି ଆଉ NPCIରୁ ପାଖାପାଖି ୨୫ ପ୍ରତିଶତ କ୍ଳିଅର ହୋଇଛି । ଆହୁରି ଅଢେଇ ଲକ୍ଷ ଏନପିସିଆଇ ଏବଂ ଇ-କେୱାଇସି କରିବାକୁ ବାକି ଅଛି । ତେବେ ଯେଉଁମାନେ NPCI କ୍ଲିୟର କରିନାହାନ୍ତି ଏବଂ ସେମାନଙ୍କୁ ବ୍ୟାଙ୍କରୁ ଫୋନ ଆସିଛି ସେମାନେ ୮ ତାରିଖ ପୂର୍ବରୁ ବ୍ୟାଙ୍କକୁ ଯାଇ କରାଇ ନିଅନ୍ତୁ। । NPCI କ୍ଲିୟର ନହେଲେ ଟଙ୍କା ଆକାଉଣ୍ଟକୁ ଆସିବ ନାହିଁ।