ଆଜି ନିଜ ଜନ୍ମମାଟିରେ ପହଞ୍ଚିବ ଓଡ଼ିଆ ଯବାନ ସରୋଜଙ୍କ ପାର୍ଥୀବ ଶରୀର

0

ନୂଆଦିଲ୍ଲୀ(ଆମ ଟିଭି): ସିକ୍କିମ ବନ୍ୟାରେ ସହିଦ୍ ହୋଇଥିବା ଓଡ଼ିଆ ଯବାନ ସରୋଜ୍ କୁମାର ଦାସଙ୍କ ପାର୍ଥିବ ଶରୀର ଆଜି ନିଜ ଜନ୍ମମାଟିରେ ପହଞ୍ଚିବ । ଭୁବନେଶ୍ୱର ବିମାନବନ୍ଦରରେ ପ୍ରାର୍ଥିବ ଶରୀର ପହଞ୍ଚିବା ପରେ ଦିଆଯିବ ଗାର୍ଡ ଅଫ୍ ଅନର୍ । ଏହା ପରେ ସ୍ୱତନ୍ତ୍ର କରିଡରରେ ଢେଙ୍କାନାଳ କାମାକ୍ଷାନଗର କେନ୍ଦୁଢିପ ଗାଁକୁ ଯିବ ମୃତଦେହ । ଜନ୍ମମାଟିରେ ରାଷ୍ଟ୍ରୀୟ ମର୍ୟ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ କରାଯିବ । ସିକ୍କିମରେ ଆସିଥିବା ପ୍ରଳୟଙ୍କାରୀ ବନ୍ୟାରେ ଭାସିଯାଇଥିଲେ ୨୩ ଜଣ ଯବାନ ।

ଏମାନଙ୍କ ମଧ୍ୟରେ ଥିଲେ ଓଡ଼ିଆ ଯବାନ ସରୋଜ ଦାଶ । ତାଙ୍କ ସହ କୌଣସି ଯୋଗାଯୋଗ ହୋଇପାରିନଥିଲା । ଗୁରୁବାର ଦିନ ବଡ଼ଭାଇଙ୍କ ମୋବାଇଲକୁ ଉଦ୍ଧାର ୫ ଯବାନଙ୍କ ମୃତଦେହର ଫଟୋ ଆସିଥିଲା । ସେଥିରୁ ଭାଇ ମନୋଜ ସରୋଜଙ୍କୁ ଚିହ୍ନଟ କରିଥିଲେ । ଏହା ପରେ ଘରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା । ଗତ ଫେବ୍ରୁଆରୀ ମାସରେ ବିବାହ କରିଥିଲେ ସରୋଜ ।

 

Leave A Reply

Your email address will not be published.