ଶାଶୁ ଘର ଚାବି ଫେରାଇଲେ ବର୍ଷା
ଭୁବନେଶ୍ୱର (ଆମ ଟିଭି): ପୁଣି ଚର୍ଚ୍ଚାରେ ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲା । ବର୍ତ୍ତମାନ ସମୟର ଖବର ଅନୁଯାୟୀ, ଅନୁଭବଙ୍କୁ ତାଙ୍କ ପୈତୃକ ଘର ଚାବି ଫେରାଇଲେ ପତ୍ନୀ ବର୍ଷା ପ୍ରିୟଦର୍ଶୀନି ।ସାଂସଦ ଅନୁଭବ ମହାନ୍ତି ଘର ଚାବି ଫେରାଇବାକୁ ବର୍ଷାଙ୍କୁ ନିର୍ଦ୍ଦେଶ ଦେଇଥିଲେ କୋର୍ଟ । ବର୍ଷା ଶାଶୁଘର ଛାଡିବା ପରେ ନିଜ ସହ ଘର ଚାବି ନେଇଯାଇଥିଲେ ।ଏହାକୁ ନେଇ କୋର୍ଟରେ ଅଭିଯୋଗ କରିଥିଲେ ଅନୁଭବ ।
ଶାଶୁଘର ଛାଡିବା ବେଳେ ବର୍ଷା ଘରର ଚାବି ନେଇଯାଇଥିଲେ । ଏନେଇ ଅନୁୁଭବ କୋର୍ଟର ଅଶ୍ରୟ ନେବା ପରେ ଏସଡିଜେଏମ୍ କୋର୍ଟ ନଭେମ୍ବର ୨ ତାରିଖ ସୁଦ୍ଧା ଘର ଚାବି ଫେରାଇବାକୁ ନିର୍ଦ୍ଦେଶ ଦେଇଥିଲେ । ଆଜି ଏହି ନିର୍ଦ୍ଦେଶ ପାଳନ କରି ବର୍ଷା ଅନୁବଙ୍କୁ ତାଙ୍କ ଘର ଚାବି ଫେରାଇଛନ୍ତି । କହିରଖୁ ଯେ, ଆଜି ପରିବାର କୋର୍ଟରେ ଦୁହିଁଙ୍କର ଶୁଣାଣୀ ଥିଲା । ଏଥିରେ ହାଜର ହୋଇଥିଲେ ଉଭୟ ବର୍ଷା ଓ ଅନୁଭବ । ହେଲେ ଏହା ପୂର୍ବରୁ ବାରମ୍ବାର ତାରିଖ ଘୁଞ୍ଚି ଚାଲିଥିଲେ ବର୍ଷା । ଏହି କଥାକୁ ନେଇ କୋର୍ଟରେ ଅଭିଯୋଗ କରିଥିଲେ ଅନୁଭବ ।